Jai Odisha
News

ବେଆଇନ୍‌ ଗୋଚାଲାଣ , ୫୦ରୁ ଅଧିକ ଗୋରୁ ଉଦ୍ଧାର

ଭଦ୍ରକ ୨୫।୦୧:  ବେଆଇନ୍‌ ଗୋଚାଲାଣ , ୫୦ରୁ ଅଧିକ ଗୋରୁ ଉଦ୍ଧାର । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ପୋଲିସ ଏକ ଗୋରୁ ବୋଝେଇ ଟ୍ରକକୁ ଜବତ କରିଛି । ୧୬ ନମ୍ବର ଜାତୀୟ ରାଜପଥରେ ଟ୍ରକ ଟି ବେଆଇନ ଭାବେ ଗୋରୁ ବୋଝେଇ କରି ଭୁବନେଶ୍ୱରରୁ କୋଲକାତା ଅଭିମୁଖେ ଯାଉଥିଲା । ଏହି ସମୟରେ ଭଣ୍ଡାରିପୋଖରୀ ପୋଲିସ ନାକାବନ୍ଦୀ କରି ଟ୍ରକକୁ ଅଟକାଇ ଯାଞ୍ଚ କରିଥିଲା । ତେବେ ବେଆଇନ ଭାବେ ଗୋରୁ ଚାଲାଣ ନେଇ ଟ୍ରକକୁ ଜବତ କରିଛି ପୋଲିସ ।ସେହିପରି ଟ୍ରକରୁ ଉଦ୍ଧାର ହୋଇଥିବା ପ୍ରାୟ ୫୦ ଗୋରୁଙ୍କୁ ମଇତାପୁର ସ୍ଥିତ ଗୋଶାଳାରେ ଛାଡିଛି ପୋଲିସ ।  ବେଆଇନ ଗୋଚାଲାଣ ଅଭିଯୋଗରେ ୩ ଜଣଙ୍କୁ ଅଟକ ରଖିଛି ଭଣ୍ଡାରିପୋଖରୀ ପୋଲିସ ।

Leave A Reply

Your email address will not be published.