Jai Odisha
News

ବୈଦିକରେ ଉଦଘାଟିତ ହେଲା ରୋହିତ ଶର୍ମା କ୍ରିକେଟ ଏକାଡେମୀ

ଓଡିଶାରେ ରୋହିତ ଶର୍ମା ଏକାଡେମୀ

ସମ୍ବଲପୁର : ସମ୍ବଲପୁରର ବୈଦିକ ଇଣ୍ଟରନେସନାଲ ସ୍କୁଲରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ଶ୍ରୀ ରୋହିତ ଶର୍ମାଙ୍କ କ୍ରିକକିଙ୍ଗଡମ କ୍ରିକେଟ ଏକାଡେମୀର ଶୁଭ ଉଦଘାଟନ ହୋଇଯାଇଛି. ଏଥିରେ ରୋହିତ ଶର୍ମାଙ୍କ ଭାଇ ତଥା କ୍ରିକକିଙ୍ଗଡମ କ୍ରିକେଟ ଏକାଡେମୀର ଅଧ୍ୟକ୍ଷ ବିଶାଳ ଶର୍ମା ଓ ଉପ-ଅଧ୍ୟକ୍ଷ ପରାଗ ଦାହିୱାଲ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହି ଏକାଡେମୀର ଶୁଭାରମ୍ଭ କରିଥିଲେ. ବୈଦିକ୍ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍ର ଚେୟାରମେନ୍ ଆନନ୍ଦ ଅଗ୍ରୱାଲ ଅତ୍ୟନ୍ତ ଉତ୍ସାହର ସହିତ କହିଛନ୍ତି ଯେ କ୍ରିକେଟ୍ ଆଗ୍ରହୀ ମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ଓ ସର୍ବୋତ୍ତମ ପଦକ୍ଷେପ.  ବୈଦିକର ଏହି ଅଭିନବ ପ୍ରୟାସ ତଥା ଏ ଗୁରୁତ୍ୱପୂର୍ଣ ଚୁକ୍ତି ପାଇଁ ସମଗ୍ର ପଶ୍ଚିମ ଓଡିଶାର ଛାତ୍ରଛାତ୍ରୀଙ୍କ ସହ ଓଡ଼ିଶାର ଅନ୍ୟ ପ୍ରାନ୍ତର କ୍ରିକେଟ ପ୍ରେମୀ,ଖେଳାଳି ତଥା ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମଧ୍ୟ ଉପକୃତ ହେବେ. କ୍ରିକେଟ ଖେଳରେ ଦକ୍ଷତା, ଶାରୀରିକ ସୁସ୍ଥତା ଓ ଖେଳର ନିଖୁଣ କୌଶଳ ଉପରେ ଧ୍ୟାନ ଦିଆଯିବା ଅନ୍ତର୍ଜାତୀୟ ସ୍ତରର କୋଚ ମାନଙ୍କ ଦ୍ୱାରା ଉଚ୍ଚକୋଟୀର ତାଲିମ ପ୍ରଦାନ ଉପରେ ବେଶୀ ଗୁରୁତ୍ୱ ଦିଆଯିବ ବୋଲି ଶ୍ରୀ ଶର୍ମା କହିଛନ୍ତି. ପ୍ରକାଶ ଥାଉ କି ଓଡିଶା କ୍ରିକେଟ ଏସୋସେସନ (ଓ.ସି.ଏ) ଦ୍ୱାରା ସମ୍ବଲପୁର ଠାରେ ଅନୁଷ୍ଠିତ ହୋଇଥିବା ଆନ୍ତଃବିଦ୍ୟାଳୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ବିଜେତା ବୈଦିକ ଇଣ୍ଟରନେସନାଲ ସ୍କୁଲର ଛାତ୍ରମାନଙ୍କୁ ଶ୍ରୀ ରୋହିତ ଶାର୍ମା ନିଜ ଦସ୍ତଖତ ଥିବା କ୍ରିକେଟ ବ୍ୟାଟ ପ୍ରଦାନ କରିଛନ୍ତି. ଏହି ଶୁଭ ମୂହୁର୍ତ୍ତ ଦୁଇ ଅନୁଷ୍ଠାନ ଭିତରେ ସଂପର୍କ ଦୃଢିଭୂତ କରିବା ସହିତ ସମଗ୍ର ପଶ୍ଚିମ ଓଡ଼ିଶାର କ୍ରିକେଟ୍ ସମ୍ବନ୍ଧୀୟ ଶିକ୍ଷାର ମାନ ବୃଦ୍ଧି କରିବା ସହିତ ଅନ୍ତର୍ଜାତୀୟ ସ୍ତରରେ ଉଜ୍ଜଳ ପ୍ରତିଭାବାନ୍ ଖେଳାଳି ମାନଙ୍କ ପାଇଁ ଏକ ପ୍ଲାଟ୍ ଫର୍ମ ଯୋଗାଇ ପାରିବ ବୋଲି ଅଭିଭାବକ ମହଲରେ ଉତ୍ସାହିତ ଖେଳିଯାଇଛି.

Leave A Reply

Your email address will not be published.