Jai Odisha
News

ବୈଦ୍ୟନାଥପୁରରେ ବିଶ୍ଵଶାନ୍ତି ଗୀତା ମହାଯଜ୍ଞ ଅନୁଷ୍ଠିତ।

ପାଲଲହଡ଼ା,୧୩/୦୨/୨୪ : ଅନୁଗୋଳ ଜିଲ୍ଲା ପାଲଲହଡ଼ା ବ୍ଲକ ସଂଖମୁର ପଞ୍ଚାୟତ ବୈଦ୍ୟନାଥପୁର ଗ୍ରାମରେ ଦୁଇ ଦିବସୀୟ ବିଶ୍ଵଶାନ୍ତି ଗୀତା ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଅଛି। ବିଶ୍ବର କଲ୍ୟାଣ ନିମନ୍ତେ ଆୟୋଜିତ ଏହି ଗିତାଯଜ୍ଞ ସ୍ଥାନୀୟ ଅଞ୍ଚଳରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଅଛି। ପ୍ରଥମ ଦିବସରେ କଳସ ଯାତ୍ରା, ସୂର୍ଯ୍ୟ ପୂଜା, ଧେନୁ ପୂଜା ପରେ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଥାଏ। ଶ୍ରୋତୀୟ ବ୍ରାହ୍ମଣ ମାନଙ୍କ ଦ୍ଵାରା ଭଗବାନ ଯଜ୍ଞ ନାରାୟଣ ଙ୍କୁ 1008 ଆହୁତି ପ୍ରଦାନ କରାଯାଇଥିଲା। ଯଜ୍ଞ କାର୍ଯ୍ୟରେ ପଡୋଶୀ ଗ୍ରାମ ଗୁଡ଼ିକରୁ ସଙ୍କୀର୍ତ୍ତନ ମଣ୍ଡଳୀ, ଏବଂ ବହୁ ଭକ୍ତ ଯୋଗଦାନ ଦେଈ ପ୍ରଭୁଙ୍କ କୃପା ଭିକ୍ଷା କରିଥିଲେ। ସମସ୍ତ ଭକ୍ତ ମାନଂକ ନିମନ୍ତେ ଅନ୍ନ ପ୍ରସାଦ ର ବନ୍ଦୋବସ୍ତ ହୋଇଥିବା ବେଳେ ସଂଧ୍ୟା ସମୟରେ ପୂର୍ଣ୍ଣାହୁତି ପରେ ଯଜ୍ଞ କାର୍ଯ୍ୟ ସମାପନ ହୋଇଥିଲା ଉକ୍ତ ଯଜ୍ଞ କର୍ମରେ ମୁଖ୍ୟ ପୁରୋଧା ଭାବେ ପଣ୍ଡିତ ନିଖିଲ ସାମନ୍ତ ରାୟ କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ପୁସ୍ତକଚାର୍ଯ୍ୟ ଓ ଗୀତା ବିଶାରଦ ଭାବେ ସତ୍ୟପ୍ରକାଶ ବାହିନୀପତି ଓ ସୁଶାନ୍ତ ଦାଶ ସମ୍ପାଦନ କରିଥିଲେ । ବୈଦ୍ୟନାଥପୂର୍ ଯଜ୍ଞ କମିଟି ର ସଭାପତି ଲକ୍ଷ୍ମଣ ମିଶ୍ର ସର୍ବ ଦାୟିତ୍ଵ ନିର୍ବାହ କରିଥିବା ବେଳେ ଯୁବ ଜ୍ୟୋତି ଯୁବକ ସଂଘର୍ ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

Leave A Reply

Your email address will not be published.