Jai Odisha
News

ବ୍ରହ୍ମପୁର ପାଇଁ ଡ. ସବିତା ସୁଆରଙ୍କୁ ମେୟର ପ୍ରାର୍ଥୀ କଲା ବିଜେପି

ଭୁବନେଶ୍ବର, ୬/୩ : ରାଜ୍ୟରେ ଆରମ୍ଭ ହୋଇଛି ପୌର ନିର୍ବାଚନ ପ୍ରସ୍ତୁତି । ମାର୍ଚ୍ଚ ୨୪ ତାରିଖରେ ହେବାକୁ ଯାଉଛି ପୌର ନିର୍ବାଚନ । ଏହାରି ମଧ୍ୟରେ ନାମାଙ୍କନ ଦାଖଲ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି । ନାମାଙ୍କନ ପ୍ରକ୍ରିୟା ମାର୍ଚ୍ଚ ୨ରୁ ୭ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ତିନି ମହାନଗର ନିଗମ ଭୁବନେଶ୍ୱର, କଟକ ଏବଂ ବ୍ରହ୍ମପୁର ପାଇଁ   ନେଇ ଶାସକ ବିଜେଡି ଠାରୁ ଆରମ୍ଭ କରି ବିରୋଧୀ ବିଜେପି ଓ କଂଗ୍ରେସ ତରଫରୁ ମେୟର ପ୍ରାର୍ଥୀ ଘୋଷଣା ଜାରି ରହିଛି ।   ଏହାରି ମଧ୍ୟରେ ବ୍ରହ୍ମପୁରର ମେୟର ପ୍ରାର୍ଥୀ ଭାବେ ଡ. ସବିତା ସୁଆରଙ୍କୁ ପ୍ରାର୍ଥୀ କରିଛି ବିଜେପି । ପୂର୍ବରୁ ବ୍ରହ୍ମପୁର ମହାନଗରର ମେୟର ପ୍ରାଥୀ ଭାବେ ସଂଘମିତ୍ରା ଦଳେଇଙ୍କୁ ପ୍ରାର୍ଥୀ କରିଛି ବିଜେଡି ।

Leave A Reply

Your email address will not be published.