Jai Odisha
News

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଭଞ୍ଜ ବିହାର ପରିସରରେ ସର୍ବ ଭାରତୀୟ ପୂର୍ବାଞ୍ଚଳ ଯୁବ ଉତ୍ସବ “ଉମଙ୍ଗ” ଉଦଘାଟିତ

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଭଞ୍ଜ ବିହାର ପରିସରରେ ଆୟୋଜିତ ସର୍ବ ଭାରତୀୟ ପୂର୍ବାଞ୍ଚଳ ଯୁବ ଉତ୍ସବ “ଉମଙ୍ଗ” ର ଉଦଘାଟନୀ ଉତ୍ସବରେ ସମ୍ମାନିତ ଅତିଥି ଭାବେ ମାନ୍ୟବର ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀ ବିକ୍ରମ କୁମାର ପଣ୍ଡା, ରାଜ୍ଯ ଯୋଜନା ବୋର୍ଡ଼ ସଦସ୍ୟ ଶ୍ରୀଯୁକ୍ତ ଡ଼ାଃ ରମେଶ ଚନ୍ଦ୍ର ଚ୍ୟାୟୁ ପଟ୍ଟନାୟକ, ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ଶ୍ରୀମତୀ ଗୀତାଞ୍ଜଳି ଦାସ, ରେଜିଷ୍ଟରାର, ବହୁ ସୁନାମଧନ୍ୟ ଶିକ୍ଷାବିତ, ବୁଦ୍ଧିଜୀବୀ ତଥା ପଦାଧିକାରୀ ମାନଙ୍କ ଗହଣରେ ରହି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ପଟ୍ଟଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରି, ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ ଏବଂ ସମସ୍ତ ଯୁବ ସମାଜକୁ ସର୍ବଦା ଯୁବ ତଥା ଚୀର ସବୁଜ ରହିବା ପାଇଁ ଅର୍ଥାତ୍ ନିଜେ ଓ ନିଜ ସ୍ବାସ୍ଥ୍ୟ, ମନକୁ ସୁସ୍ଥ ରଖିବାକୁ ହେଲେ ନିୟମିତ ଯୋଗ, ବ୍ୟାୟାମ କରିବା ସହିତ ଦେଶ ପାଇଁ ସର୍ବ କ୍ଷେତ୍ରରେ କିଛି ଦୃଷ୍ଟାନ୍ତମୂଳକ ଉଦାହରଣ ସୃଷ୍ଟି କରିବା ତଥା ବିଶ୍ଵ ସ୍ତରରେ ଖ୍ୟାତି ଅର୍ଜନ କରିବା ପାଇଁ ଆଶା ବ୍ୟକ୍ତ କରି ଉତ୍ସାହିତ କରିଥିଲେ ଏବଂ ଆୟୋଜକ ମଣ୍ଡଳୀଙ୍କୁ ଏପରି ଏକ ସୁନ୍ଦର ତଥା ବିରଳ କାର୍ଯ୍ୟକ୍ରମର ଆୟୋଜନ କରିଥିବା ଯୋଗୁଁ ଭୂୟସୀ ପ୍ରଶଂସା କରିଥିଲେ।

Leave A Reply

Your email address will not be published.