Jai Odisha
News

ବ୍ରାହ୍ମଣୀ ନଦୀରେ ଡଙ୍ଗା ବୁଡ଼ି ୨ ଜଣ ନିଖୋଜ

 ଆଳି,୨୭।୪: ବ୍ରାହ୍ମଣୀ ନଦୀରେ ଡଙ୍ଗାବୁଡ଼ି ୨ ନିଖୋଜ । ଏକମାଣିଆ ପଞ୍ଚାୟତରୁ ରାଜନଗର କେରଡାଗଡ଼ ଯାଉଥିବା ବେଳେ ଅଘଟଣ ।  ଆଜି ବ୍ରାହ୍ମଣୀ ନଦୀରେ ଏକ ଡଙ୍ଗା ବୁଡି ଯିବାର ସୂଚନା ମିଳିଛି । ଏହି ଘଟଣାରେ ୨ଜଣ ନିଖୋଜ ଥିବାର ସୂଚନା ମିଳିଛି । ଏକମାଣିଆ ପଞ୍ଚାୟତ ଠାରେ ଏହି ଅଘଟଣ ଘଟିଥିବାର ଜଣାପଡିଛି । ମୋଟ ୩୦ ଯାତ୍ରୀ ଥିଲେ, ଗ୍ରାମବାସୀଙ୍କ ପକ୍ଷରୁ ଖୋଜାଖୋଜି ଜାରି ।ଡଙ୍ଗାର ନାଉରିଆ ଏବଂ ଆଉ ଜଣେ ଯାତ୍ରୀଙ୍କର ସୂଚନା ମିଳୁ ନଥିବାର ଜଣା ପଡିଛି । କୂଳର କିଛି ବାଟ ପୂର୍ବରୁ ଡଙ୍ଗାଟା ନେଉଟି ପଡିଥିବାର ସୂଚନା ରହିଛି । ନିଖୋଜ ମଧ୍ୟରେ ଜଣେ ନାବାଳକ ରହିଛନ୍ତି । ସୂଚନା ମୁତାବକ ଡଙ୍ଗାଟି ଏକମାଣିଆରୁ ରାଜନଗର କେରଡାଗଡ ଯାଉଥିବା ବେଳେ ଏହି ଅଘଟଣ ଘଟିଛି । ଏଥିରେ ମୋଟ ୩୦ଜଣ ଯାତ୍ରୀ ଯାଉଥିବା ବେଳେ ଗ୍ରାମବାସୀ ଏବେ ନିଖୋଜ ମାନଙ୍କୁ ଖୋଜୁଛନ୍ତି । ଡଙ୍ଗାରେ ଅଧିକ ଲୋକଥିବାରୁ ଏହା ଭାରସମ୍ୟ ହରାଇ ଲେଉଟି ପଡିଥିଲା ଯାହା ଫଳରେ ଏଭଳି ଅଘଟଣ ଘଟିଛି ।

Leave A Reply

Your email address will not be published.