Jai Odisha
News

ବ୍ରାହ୍ମଣୀ ବନ୍ୟାରେ ବୁଡ଼ି ଯୁବକଙ୍କ ମୃତ୍ୟୁ

ପଟ୍ଟାମୁଣ୍ଡାଇ, ୨୬/୮ : ବ୍ରାହ୍ମଣୀ ବନ୍ୟାରେ ବୁଡ଼ି ଯୁବକଙ୍କ ମୃତ୍ୟୁ l ମୃତକ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ମଣ୍ଡପଡା ଗ୍ରାମର ସୁନୀଲ ସାହୁ(୨୧) l ପ୍ରକାଶ ଯେ, ପୂର୍ବାହ୍ନ ୧୨ଟା ସମୟରେ ସୁନୀଲ ଘରୁ ବାହାରି ଘରର ସଉଦା ଆଣିବାକୁ ବଜାର ଆସୁଥିଲେ l  ମାତ୍ର ଗାଁ ରାସ୍ତା ବନ୍ୟାରେ ବୁଡ଼ି ସୁଅ ଚାଲିଥିବାବେଳେ ସାଇକେଲ ସହ ସୁଅ ମୁହଁରେ ପଡ଼ି ଯାଇଥିଲେ ସୁନୀଲ l ଗାଁ ଲୋକେ ବହୁ ଖୋଜାଖୋଜି କରିଥିଲେ । ପରେ ତଣ୍ଡି ବୁଦା ପାଖରୁ ତାଙ୍କୁ ଉଦ୍ଧାର କରି ପଟ୍ଟାମୁଣ୍ଡାଇ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ l ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l

Leave A Reply

Your email address will not be published.