Jai Odisha
News

ବ୍ରିଟେନର ହାଉସ ଅଫ ଲର୍ଡସରେ ସମ୍ମାନିତ ହେଲେ ଓଡ଼ିଆ ପୁଅ

ନୂଆଦିଲ୍ଲୀ,୭।୧୧: ବ୍ରିଟେନର ହାଉସ ଅଫ ଲର୍ଡସରେ ସମ୍ମାନିତ ହେଲେ ଓଡ଼ିଆ ପୁଅ । ଭାରତର ଚର୍ଚ୍ଚିତ ରେକି ଗ୍ରାଣ୍ଡମାଷ୍ଟର ରାଜୀବ ଲୋକଚନ ପଣ୍ଡାଙ୍କୁ ଇଂଲଣ୍ଡର ହାଉସ ଅଫ୍ ଲର୍ଡସରେ ସମ୍ମାନିତ କରାଯାଇଛି । ବିଶ୍ବର ସର୍ବଶ୍ରେଷ୍ଠ ବ୍ରାଣ୍ଡ ମ୍ୟାନେଜମେଣ୍ଟ କନସଲଟାନ୍ସି WBR କର୍ପ ପକ୍ଷରୁ ଏହି ସମ୍ମାନ ଦିଆଯାଇଛି । ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ହାସଲ କରିଥିବା ବିଭିନ୍ନ ଦେଶର ବ୍ୟକ୍ତି ବିଶେଷଙ୍କୁ WBR କର୍ପ ସମ୍ମାନିତ କରିଥାଏ । ସେହିକ୍ରମରେ ଚଳିତ ବର୍ଷ ଭାରତରୁ ରାଜୀବ ଲୋଚନ ପଣ୍ଡାଙ୍କୁ ସମ୍ମାନିତ କରାଯାଇଛି । ହାଉସ ଅଫ୍ ଲର୍ଡସର ସଦସ୍ୟ ତଥା ଭାରତୀୟ ବଂଶଦ୍ଭୋବ ନବନୀତ ଧୋଲକିଆ ରାଜୀବ ଲୋଚନଙ୍କୁ ସମ୍ମାନିତ କରିଥିଲେ ।

Leave A Reply

Your email address will not be published.