Jai Odisha
News

ବ୍ରିଟେନ ରାଣୀଙ୍କ ବିୟୋଗ ,ଆଜି ଭାରତରେ ଦିନିକିଆ ଶୋକ

ନୂଆଦିଲ୍ଲୀ ୧୧/ ୦୯: ବ୍ରିଟେନର ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ବିୟୋଗରେ ଆଜି ଭାରତରେ ଦିନିକିଆ ଶୋକ ପାଳନ କରାଯାଉଛି । ଗୋଟିଏ ଦିନ ପାଇଁ ରାଷ୍ଟ୍ରୀୟ ଶୋକ ପାଳନ କରାଯାଉଛି । ରାଣୀ ଏଲିଜେବେଥ ଦ୍ୱିତୀୟଙ୍କ ସମ୍ମାନାର୍ଥେ ଏହି ରାଷ୍ଟ୍ରୀୟ ଶୋକ ପାଳନ କରାଯାଉଛି । ଏଥିପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସବୁ ରାଜ୍ୟ, କେନ୍ଦ୍ରଶାସିତ ଅଂଚଳକୁ ସୂଚନା ଦିଆଯାଇସାରିଛି । ଏହି ଅବସରରେ ଦେଶବ୍ୟାପୀ ଜାତୀୟ ପତାକା ଅର୍ଧନମିତ ରହିଛି । ସେହିଭଳି ସରକାରୀ ଭାବେ କୌଣସି ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ନାହିଁ । ଗତ ଗୁରୁବାର ସ୍କଟଲାଣ୍ଡ୍ ବାଲମୋରା ରାଜପ୍ରାସାଦରେ ୯୬ ବର୍ଷ ବୟସରେ ରାଣୀ ଏଲିଜାବେଥଙ୍କ ପରଲୋକ ହୋଇଥିଲା ।

Leave A Reply

Your email address will not be published.