Jai Odisha
News

ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣ ଜିତିଲେ ଲକ୍ଷ୍ୟ ସେନ୍ ,

ବର୍ମିଂହାମ, ୮।୮: ଭାରତର ଯୁବ ବ୍ୟାଡମିଣ୍ଟନ ଖେଳାଳି ଲକ୍ଷ୍ୟ ସେନ କମନୱେଲଥ ଗେମ୍ସରେ ସୋମବାର ପୁରୁଷ ସିଙ୍ଗିଲ୍ସରେ ସ୍ୱର୍ଣ୍ଣ ପଦକ ହାତେଇଛନ୍ତି ।ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଶେଷ ଦିନରେ ଚମକିଛନ୍ତି ବ୍ୟାଡ୍‌ମିଣ୍ଟନ ଖେଳାଳି। ମହିଳା ବ୍ୟାଡମିଣ୍ଟନ ସିଙ୍ଗଲ୍ସରେ ଆଜି ପି.ଭି.ସିନ୍ଧୁ ସ୍ବର୍ଣ୍ଣ ହାତେଇଥିବା ବେଳେ ପୁରୁଷ ସିଙ୍ଗଲ୍ସରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଲକ୍ଷ୍ୟ ସେନ୍‌। ଫାଇନାଲ୍‌ରେ ମାଲେସିଆର ଜି ୟଙ୍ଗଙ୍କୁ ୧୯-୨୧, ୨୧-୦୯, ୨୧-୧୬ରେ ପରାସ୍ତ କରି ଏହି ଐତିହାସିକ ବିଜୟ ହାସଲ କରିଛନ୍ତି ଲକ୍ଷ୍ୟ। ଏଥିସହ ଭାରତର ପଦକ ସଂଖ୍ୟା ୫୭କୁ ବୃଦ୍ଧି ପାଇଛି। ମୋଟ ପଦକ ମଧ୍ୟରୁ ୨୦ଟି ସ୍ବର୍ଣ୍ଣ, ୧୫ଟି ରୌପ୍ୟ ଓ ୨୨ଟି ବ୍ରୋଞ୍ଜ ରହିଛି।

Leave A Reply

Your email address will not be published.