Jai Odisha
News

ଭଦ୍ରକରେ କଂଗ୍ରେସର ୬ ଘଣ୍ଟିଆ ହରତାଳ

ଭଦ୍ରକ ୧୨।୧୧: ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ଭଦ୍ରକ  କଂଗ୍ରେସ ପକ୍ଷରୁ ଆଜି ହରତାଳ ପାଳନ କରାଯାଇଛି । ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ରାଜ୍ୟରେ ୬ ଘଣ୍ଟିଆ ହରତାଳ । ମହାଲିଙ୍ଗ୍ ସନସାଇନ୍ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟା ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଦାୟୀ ବୋଲି କଂଗ୍ରେସ ଅଭିଯୋଗ କରି ହରତାଳ କରିଛି । ଏଭଳି ଏକ ସ୍ପର୍ଶକାତର ଘଟଣାକୁ ଗୁରୁତ୍ବ ନ ଦେଇ ଏହି ଘଟଣାରେ ମନ୍ତ୍ରୀଙ୍କୁ ଘଣ୍ଟ ଘୋଡାଯାଉଥିବାରୁ କଂଗ୍ରେସ ଏହାକୁ ତୀବ୍ର ବିରୋଧ କରିଛି । ଯେପର୍ଯ୍ୟନ୍ତ ମମିତା ମେହେରଙ୍କ ହତ୍ୟା ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଯାଇଛି, ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ କଂଗ୍ରେସ ଚେତାବନୀ ଦେଇଛି ।

Leave A Reply

Your email address will not be published.