Jai Odisha
News

ଭାଗଲପୁରରେ ବିସ୍ଫୋରଣ, ୫ ମୃତ ୮ ଆହତ

ବିହାର ୦୪/୦୩:   ବିହାରର ଭାଗଲପୁରରେ ଗୁରୁବାର ରାତିରେଏକ ବଡ଼ ଦୁର୍ଘଟଣା ଘଟିଛି । ବିହାରର ଭାଗଲପୁର ଜିଲ୍ଲାରେ ପ୍ରଚଣ୍ଡ ବିସ୍ଫୋରଣ ଯୋଗୁଁ ଗୋଟାଏ ୩ ତାଲା କୋଠା ଧରାଶାୟୀ ହେବାରୁ ଅନ୍ୟୁନ ୫ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଏବଂ ଆଉ ୮ଜଣ ଆହତ ହୋଇଛନ୍ତି।ଏଠାରେ ଥିବା ଏକ ବିଲ୍ଡିଂରେ ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ତିନି ମହଲା ବିଶିଷ୍ଟ ଘର ଧ୍ୱସ୍ତବିଧ୍ୱସ୍ତ ହୋଇଥିଲା ।  ଆଖପାଖ ଲୋକଙ୍କ କହିବା ଅନୁଯାୟୀ ଯେ ଘରେ ବୋମା ତିଆରି କରାଯାଉଥିଲା ।   କୋଟୱାଲିଠାରୁ ମାତ୍ର ୧୦୦ ମିଟର ଦୂରରେ ଏହି ବିସ୍ଫୋରଣ ଘଟିଥିଲା । ବୋମା ବିସ୍ଫୋରଣ ଯୋଗୁଁ ଏହି ବିସ୍ଫୋରଣ ହୋଇଥିବା ସନ୍ଦେହ କରାଯାଉଛି । ଏହି ବିସ୍ଫୋରଣରେ ତିନି ମହଲା କୋଠା ଭୁଶୁଡି ପଡିଛି ।ବିସ୍ଫୋରଣ ଭାଗଲପୁର ଜିଲ୍ଲା ତାତାରପୁର ଥାନା ଅଞ୍ଚଳର କାଜୱଲୀଚକସ୍ଥିତ ଏକ ଘର ଭିତରେ ହୋଇଛି । ଏହି ଘଟଣାକୁ ପୂରା ସହରରେ ଭୟ ଦେଖାଯାଇଛି । ବିସ୍ଫୋରଣ ସଂପର୍କିତ ସୂଚନା ମିଳିବା ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.