Jai Odisha
News

ଭାରତକୁ ହରାଇ ୱେଷ୍ଟଇଣ୍ଡିଜ ଦ୍ୱିତୀୟ ମ୍ୟାଚ ଜିତିଲା

ନୂଆଦିଲ୍ଲୀ,୩୦ା୭:ଭାରତକୁ ହରାଇଲା ୱେଷ୍ଟଇଣ୍ଡିଜ। ଭାରତକୁ ହରାଇ ୱେଷ୍ଟଇଣ୍ଡିଜ ଦ୍ୱିତୀୟ ମ୍ୟାଚ ଜିତିଲା|ପ୍ରଥମ ଦିନିକିଆ ମ୍ୟାଚରେ ପରାଜିତ ହୋଇଥିବା ୱେଷ୍ଟଇଣ୍ଡିଜ ଦ୍ୱିତୀୟ ମ୍ୟାଚରେ ଜିତି ଶୃଙ୍ଖଳା ବରାବର କରିଛି ।ଭାରତ ଦ୍ୱାରା ଧାର୍ଯ୍ୟ ୧୮୨ ରନ ର ଲକ୍ଷ୍ୟକୁ ୱେଷ୍ଟ ଇଣ୍ଡିଜ ୩୬.୪ ଓଭରରେ ହାସଲ କରିଥିଲା । ଭାରତ ପକ୍ଷରୁ ଇଶାନ କିଷନ ସର୍ବାଧିକ ୫୫ ରନ କରିଥିବା ବେଳେ ଶୁଭମନ ଗିଲ୍ ୩୪ ରନ କରିଥିଲେ । ସେହିପରି ୱେଷ୍ଟଇଣ୍ଡିଜର ଅଧିନାୟକ ସାଇ ହୋପ୍ ୬୩ ଏବଂ କାୟଲ ମାୟର୍ସ ସର୍ବାଧିକ ୩୬ ରନ କରିଥିଲେ । ତୃତୀୟ ତଥା ନିର୍ଣ୍ଣାୟକ ଦିନିକିଆ ତାରୋଉବାରେ ମଙ୍ଗଳବାର ଖେଳାଯିବ।

Leave A Reply

Your email address will not be published.