Jai Odisha
News

ଭାରତକୁ ୧୦୦ ରନ୍‌ରେ ହରାଇଲା ଇଂଲଣ୍ଡ

ଇଂଲଣ୍ଡ,  ୧୫/୦୭:   ୨ୟ ଦିନିକିଆ ମ୍ୟାଚ୍‌ରେ ଇଂଲଣ୍ଡ ୧୦୦ ରନ୍‌ର ବଡ଼ ବ୍ୟବଧାନ​ରେ‌ର ଭାରତକୁ ପରାସ୍ତ କରିଛି ।  । ଲର୍ଡସରେ ଖେଳାଯାଇଥିବା ଏହି ମ୍ୟାଚରେ ଇଂଲଣ୍ଡ ୧୦୦ ରନ୍‌ର ବ୍ୟବଧାନରେ ମ୍ୟାଚ ଜିତିନେଇଛି । ଫଳରେ ତିନି ମ୍ୟାଚର ଶୃଙ୍ଖଳା ଏବେ ୧-୧ରେ ପହଞ୍ଚିଛି । ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୪୯ ଓଭରରେ ସମସ୍ତ ୱିକେଟ ହରାଇ ୨୪୬ ରନ୍ ସଂଗ୍ରହ କରିଥିଲା । ଶୃଙ୍ଖଳାର ଅନ୍ତିମ ମୁକାବିଲା ଜୁଲାଇ ୧୭ରେ ମଞ୍ଚେଷ୍ଟରରେ ହେବ ।  ଟିମ୍ ଇଣ୍ଡିଆ ୨୪୭ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲା । କିନ୍ତୁ ଦଳର ବ୍ୟାଟରମାନେ କ୍ରମାଗତ ଭାବେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ । ପୂରା ଟିମ୍ ୩୮.୫ ଓଭରରେ ୧୪୬ ରନ୍‌ରେ ଅଲଆଉଟ୍ ହୋଇଯାଇଥିଲା । ଭାରତ ପାଇଁ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ରବୀନ୍ଦ୍ର ଜାଦେଜା ବ୍ୟକ୍ତିଗତ ଭାବେ ସର୍ବାଧିକ ୨୯-୨୯ ରନ୍ ସଂଗ୍ରହ କରିଥିଲେ । ଉଭୟ ୪୪ଟି ଲେଖାଏଁ ବଲ୍ ଖେଳିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ଚୌକା ମାରିଥିବା ବେଳେ ଜାଦେଜା ଗୋଟିଏ ଚୌକା ଓ ଗୋଟିଏ ଛକା ମାରିଥିଲେ । ଯୁବ କ୍ରିକେଟର ସୂର୍ଯ୍ୟକୁମାର ୨୭ ରନ୍‌, ବିରାଟ କୋହଲି ୧୬ ରନ୍ ସଂଗ୍ରହ କରିଥିଲେ । ସେହିପରି ମହମ୍ମଦ ସାମି ୨୩ ରନ୍ ସଂଗ୍ରହ କରିଥିବା ବେଳେ ଭାରତର ଅନ୍ୟ ବ୍ୟାଟରମାନଙ୍କ ବ୍ୟାଟିଂ ଉତ୍ସାହଜନକ ନଥିଲା ।  ଇଂଲଣ୍ଡ ପକ୍ଷରୁ ରିସି ଟପଲେ ପ୍ରଶଂସନୀୟ ବୋଲିଂ କରିଥିଲେ । ସେ ୯.୫ ଓଭର ବୋଲିଂ କରି ୨ଟି ମେଡେନ ନେଇଥିଲେ । ସେ ଓଭର ପିଛା ୨.୪୦ ହାରରେ ରନ୍ ଖର୍ଚ୍ଚ କରି ଭାରତର ୬ ଜଣ ଖେଳାଳିଙ୍କୁ ଆଉଟ କରିଥିଲେ । ଡେଭିଡ ୱିଲି, ବ୍ରାଏଡନ କର୍ସ, ମୋଇନ ଅଲି ଓ ଲିଆମ ଲିଭିଂଷ୍ଟୋନଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଥିଲା । ପ୍ରଥମ ପାଳିରେ ଇଂଲଣ୍ଡ ପାଇଁ ମୋଇନ ଅଲୀ ଇଂଲଣ୍ଡ ପାଇଁ ବ୍ୟକ୍ତିଗତ ଭାବେ ସର୍ବାଧିକ ୪୭ ରନ୍ ସଂଗ୍ରହ କରିଥିଲେ । ସେହିପରି ଡେଭିଡ ୱିଲିଙ୍କ ବ୍ୟାଟରୁ ୪୧ ରନ୍ ମିଳିଥିଲା ବେଳେ ଜନି ବେୟାରଷ୍ଟୋ ୩୮ ରନ୍ ସଂଗ୍ରହ କରିଥିଲେ ।

Leave A Reply

Your email address will not be published.