Jai Odisha
News

ଭାରତରେ ଆରମ୍ଭ ହେବ ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ୍ : କେନ୍ଦ୍ର କ୍ୟାବିନେଟ ବୈଠକ

ନୂଆଦିଲ୍ଲୀ,୪ା୧: ଗ୍ରୀନ୍ ହାଇଡ୍ରୋଜେନ୍ ମିଶନକୁ କେନ୍ଦ୍ର ସରକାର ମଞ୍ଜୁରୀ ଦେଇଛନ୍ତି । ଏହା ଅଧୀନରେ ଦେଶରେ ଶସ୍ତା ହାରରେ ଗ୍ରୀନ୍ ହାଇଡ୍ରୋଜେନ ଉତ୍ପାଦନ ପାଇଁ ପ୍ରୋତ୍ସାହନ ଦିଆଯିବ । କ୍ୟାବିନେଟ ବୈଠକ ପରେ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଏହି ସୂଚନା ଦେଇଛନ୍ତି ।କେନ୍ଦ୍ର କ୍ୟାବିନେଟ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ଗ୍ରୀନ୍ ହାଇଡ୍ରୋଜେନ୍ ଉତ୍ପାଦନ, ବ୍ୟବହାର ଓ ରପ୍ତାନି ପାଇଁ ଭାରତକୁ ଗ୍ଲୋବାଲ୍ ହବ୍ କରିବାକୁ ମିଶନ୍  । ଏନେଇ ସୂଚନା ଦେଲେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିଲା କେନ୍ଦ୍ର କ୍ୟାବିନେଟ ବୈଠକ । ଏଥିରେ  ଗ୍ରୀନ୍ ହାଇଡ୍ରୋଜେନ୍ ଉତ୍ପାଦନ, ବ୍ୟବହାର ଓ ରପ୍ତାନି ପାଇଁ ଭାରତକୁ ଗ୍ଲୋବାଲ୍ ହବ୍ କରିବାକୁ ମିଶନ୍ ରଖାଯାଇଛି । ଅନୁରାଗ ଠାକୁର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ‘କେନ୍ଦ୍ର ମନ୍ତ୍ରୀମଣ୍ଡଳ ଗ୍ରୀନ୍ ହାଇଡ୍ରୋଜେନ ମିଶନକୁ ମଞ୍ଜୁରୀ ଦେଇଛି । ଭାରତରେ କମ୍ ମୂଲ୍ୟର ଗ୍ରୀନ୍ ହାଇଡ୍ରୋଜେନ ଉତ୍ପାଦନ ଉପରେ ପ୍ରୋତ୍ସାହନ ଦିଆଯିବ । ଏହି ପ୍ରୋତ୍ସାହନରେ ୧୭୪୯୦ କୋଟି ଟଙ୍କା ଖର୍ଚ୍ଚ ହେବ । ଏହା ସହିତ ୪୦୦ କୋଟି ଟଙ୍କା ଅତିରିକ୍ତ ବ୍ୟବସ୍ଥା ହେବ ।କେନ୍ଦ୍ର ମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଦେଶର ବିଭିନ୍ନ କ୍ଷେତ୍ରରେ ଗ୍ରୀନ୍ ହାଇଡ୍ରୋଜେନର ବ୍ୟବହାର ବୃଦ୍ଧି କରିବାକୁ ହେଲେ ଏହି କ୍ଷେତ୍ରରେ ଜ୍ଞାନ ଥିବା ବ୍ୟକ୍ତିଙ୍କୁ ମିଶନ ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରାଯିବ । ଏହି ମିଶନ ମାଧ୍ୟମରେ ଭାରତ ଗ୍ରୀନ୍ ହାଇଡ୍ରୋଜେନ ଉତ୍ପାଦନରେ ଏକ ବିଶ୍ୱସ୍ତରୀୟ ହବ୍ ଭାବରେ ଉଭା ହେବାକୁ ସକ୍ଷମ ହେବ । ଏଥିପାଇଁ ମୋଦୀ ସରକାର ଏହି ଐତିହାସିକ ପଦକ୍ଷେପ ନେଇଛନ୍ତି । ସେ କହିଛନ୍ତି, ‘୨୦୩୦ ସୁଦ୍ଧା ଗ୍ରୀନ୍ ହାଇଡ୍ରୋଜେନ ମିଶନରେ ୮ ଲକ୍ଷ କୋଟିର ପ୍ରତ୍ୟକ୍ଷ ପୁଞ୍ଜି ବିନିଯୋଗ ହେବ, ଯେଉଁଥିପାଇଁ ୬ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ

Leave A Reply

Your email address will not be published.