Jai Odisha
News

ଭାରତୀୟ ଛାତ୍ର ୟୁକ୍ରେନକୁ ମେଡିକାଲ ପଢ଼ିବାକୁ ଯିବାକୁ ପଡ଼ିବ ନାହିଁ : ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ,୦୪।୦୩: ୟୁକ୍ରେନ-ରୁଷିଆ ଯୁଦ୍ଧ ମଧ୍ୟରେ  ଫସିଛନ୍ତି ୧୮ ହଜାର ଭାରତୀୟ ଛାତ୍ର । ସେମାନଙ୍କୁ ଉଦ୍ଧାର ପାଇଁ ଭାରତ ସରକାର ଅପରେସନ ଗଙ୍ଗା ଆରମ୍ଭ କରିଛନ୍ତି । ଇତିମଧ୍ୟରେ ଜଣେ ଭାରତୀୟ ଛାତ୍ର ରକେଟ ମାଡ଼ରେ ମୃତ୍ୟୁବରଣ କରିଥିବା ବେଳେ ଆଉ ଜଣେ ଗୁଳିମାଡ଼ର ଶିକାର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏଭଳି ସ୍ଥିତିରେ ସେମାନଙ୍କର ପିତାମାତାଙ୍କ  ସେମାନଙ୍କର ସନ୍ତାନମାନଙ୍କର ଫେରିବା ବାଟକୁ ଚାହିଁଛନ୍ତି ।   ବର୍ତ୍ତମାନ ସ୍ଥିତିରେ ହଜାର ହଜାର ପିଲାଙ୍କୁ ଲୋନ ଓ ମେଡିକାଲ କ୍ୟାରିୟର ଚିନ୍ତା ଘାରିଲାଣି । ତେବେ ଭାରତୀୟ ଛାତ୍ରମାନଙ୍କୁ ଏଣିକି ୟୁକ୍ରେନକୁ ମେଡିକାଲ ପଢ଼ିବାକୁ ଯିବାକୁ ପଡ଼ିବ ନାହିଁ । ଟ୍ରେକ୍ ମହିନ୍ଦ୍ରା ଗ୍ରୁପ୍ ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ଭାରତରେ ଏକ ମେଡିକାଲ କଲେଜ ସ୍ଥାପନ ନେଇ ଆଗ୍ରହ ପ୍ରକାଶ କରିଛନ୍ତି । ଦେଶରେ ମେଡିକାଲ ସିଟ ଅଭାବକୁ ଦୂର କରିବା ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଆଲୋଚନା କରିଛନ୍ତି । ତେବେ ବର୍ତ୍ତମାନ ୮୫ ହଜାରରୁ ଅଧିକ ଭାରତୀୟ ଛାତ୍ର ଚୀନ, ୟୁକ୍ରେନ, ରୁଷିଆ, ଫିଲିପାଇନ୍ସ, କିରଗିଜସ୍ଥାନ, ଜର୍ଜିଆ ଓ ବାଂଲାଦେଶରେ ମେଡିକାଲ ପାଠ ପଢ଼ୁଛନ୍ତି । ଯଦି ଭାରତରେ ବୃହତ ମେଡିକାଲ କଲେଜ ସ୍ଥାପନ ସମ୍ଭବ ହୁଅନ୍ତା, ତେବେ ଦେଶର ପିଲାମାନେ ବିଦେଶକୁ ମେଡିକାଲ ପଢ଼ିବାକୁ ଯାଇ ହିନସ୍ତା ହୁଅନ୍ତେ ନାହିଁ ।

Leave A Reply

Your email address will not be published.