Jai Odisha
News

ଭାରତୀୟ ଫୁଟବଲ ମହାସଂଘକୁ ନିଲମ୍ବନ

ନୂଆଦିଲ୍ଲୀ,୧୬/୮ : ଫିଫା ଅଲ୍ ଇଣ୍ଡିଆ ଫୁଟବଲ୍ ଫେଡରେଶନକୁ ନିଲମ୍ବିତ କରିଦେଇଛି । ଫିଫା ତୃତୀୟ ପକ୍ଷର ଅନୁଚିତ ପ୍ରଭାବ କାରଣରୁ ଭାରତକୁ ଫୁଟବଲ୍ ଫେଡରେଶନରୁ ସସପେଣ୍ଡ କରିଛି ।  ଅକ୍ଟୋବରରୁ ହେବାକୁ ଥିବା ଭାରତରେ ଫିଫା ଅଣ୍ଡର-୧୭ମହିଳା ବିଶ୍ବକପ୍‌ ୨୦୨୨କୁ ବିଛିନ୍ନ କରିଛି । ଫିଫା ନିୟମର ଘୋର ଉଲ୍ଲଙ୍ଘନ କାରଣରୁ ଏହି ନିଷ୍ପତ୍ତି ନିଆଯାଇଛି। ଗଣତାନ୍ତ୍ରିକ ପଦ୍ଧତିରେ ଏଆଇଏଫଏଫର ବିଭିନ୍ନ ପଦ ଲାଗି ନିର୍ବାଚନ ନହେବା ଯାଏଁ ନିଲମ୍ବନ ଆଦେଶ ବଳବତ୍ତର ରହିବ ବୋଲି ଫିଫା ପକ୍ଷରୁ କୁହାଯାଇଛି। ଏଥି ସହିତ ଫିଫା ଭାରତରେ ଆସନ୍ତା ଅକ୍ଟୋବର ୧୧ରୁ ୩୦ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ୧୭ ବର୍ଷରୁ କମ୍‌ ମହିଳା ଫୁଟବଲ ବିଶ୍ବକପକୁ ମଧ୍ୟ ସ୍ଥଗିତ ରଖିଛି। ଏଆଇଏଫଏଫର ସଭାପତି ପ୍ରଫୁଲ୍ଲ ପଟେଲଙ୍କ କାର୍ଯ୍ୟକାଳ ଶେଷ ହୋଇଯାଇଥିଲେ ମଧ୍ୟ ସଂଗଠନର ବିଭିନ୍ନ କାର୍ଯ୍ୟକଳାପରେ ହସ୍ତକ୍ଷେପ କରୁଛନ୍ତି। ପ୍ରଫୁଲ୍ଲଙ୍କ ବିରୋଧରେ ଏଆଇଏଫଏଫ ପ୍ରଶାସନିକ କମିଟି ପକ୍ଷରୁ ସୁପ୍ରିମକୋର୍ଟରେ ଅଭିଯୋଗ କରାଯାଇଥିଲା। ସୁପ୍ରିମକୋର୍ଟ ପ୍ରଫୁଲ୍ଲଙ୍କ ହସ୍ତକ୍ଷେପକୁ ଅବୈଧ ଘୋଷଣା କରିଥିଲେ। ଏହା ପରେ ମଧ୍ୟ ପଟେଲ ଏଆଇଏଫଏଫ ସମସ୍ତ କାର୍ଯ୍ୟରେ ହସ୍ତକ୍ଷେପ କରିଥିଲେ। ଏହା ଜଣାପଡିବା ପରେ ଫିଫା ଏଭଳି ନିଷ୍ପତ୍ତି ନେଇଛି। ଏଆଇଏଫଏଫ କାର୍ଯ୍ୟନିର୍ବାହୀ କମିଟି ଏବଂ ଏଆଇଏଫଏଫ ପ୍ରଶାସନର କ୍ଷମତା ଗ୍ରହଣ କରିବାକୁ ପ୍ରଶାସକଙ୍କ ଏକ କମିଟି ଗଠନ ଆଦେଶ ପରେ ଏହି ନିଲମ୍ବନ ହଟାଯିବ ବୋଲି ଫିଫା ପକ୍ଷରୁ କୁହାଯାଇଛି। ଫିଫା ନିୟମ ଅନୁଯାୟୀ ଯଦି କୌଣସି ଦେଶରେ ଫୁଟବଲ ପାଇଁ ନିର୍ଦ୍ଧିଷ୍ଟ ସଂସ୍ଥା ଓ ପରିଚାଳନା ପରିଷଦ ନଥିବ ତେବେ ତାହାର ମାନ୍ୟତା ପ୍ରତ୍ୟାହାର କରାଯାଇପାରିବ। ଉକ୍ତ ନିୟମ ଅନୁଯାୟୀ, ଫିଫା ଏଆଇଏଫଏଫକୁ ନିଲମ୍ବିତ କରିବା ଭଳି ପଦପେପ ଗ୍ରହଣ କରିଛି। ଦେଶର କ୍ରୀଡ଼ା ନୀତି ଅନୁଯାୟୀ, କେହି ବି ୩ ବର୍ଷରୁ ଅଧିକ ସମୟ ଧରି ଭାରତୀୟ ଫୁଟବଲ ମହାସଂଘର ଅଧ୍ୟକ୍ଷ ରହିପାରିବେ ନାହିଁ। କିନ୍ତୁ ପ୍ରଫୁଲ୍ଲ ପଟେଲ ୧୩ ବର୍ଷ ଧରି ଏଆଇଏଫଏଫର ଅଧ୍ୟକ୍ଷ ରହିଥିଲେ।ସେହିଭଳି ଭାରତରେ ୧୧-୩୦ଅକ୍ଟୋବର ୨୦୨୨ରେ ହେବାକୁ ଥିବା ଫିଫା ଅଣ୍ଡର-୧୭ମହିଳା ବିଶ୍ବକପ୍ ୨୦୨୨ର ଆୟୋଜନ ବି ହୋଇପାରିବନି । ଫିଫା କହିଛି କି ସେହି ଟୁର୍ଣ୍ଣାମେଣ୍ଟ ବିଷୟରେ ଆଗାମୀ ପଦକ୍ଷେପ ଉପରେ ନିଷ୍ପତ୍ତି ନିଆଯାଉଛି ଏବଂ ଜରୁରୀ ହେଲେ ଏହି ମାମଲାକୁ ବ୍ୟୁରୋକୁ ପଠାଯିବ ।

Leave A Reply

Your email address will not be published.