Jai Odisha
News

ଭାରତୀୟ ବଜାରରେ ବନ୍ଦ ହେବ ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌’ ବେବି ପାଉଡର ବିକ୍ରି

ନୂଆଦିଲ୍ଲୀ,୧୨/୦୮:ଭାରତୀୟ ବଜାରରେ ବନ୍ଦ ହେବ ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌’ ବେବି ପାଉଡର ବିକ୍ରି|୨୦୨୩ରୁ ସମଗ୍ର ବିଶ୍ବରେ ‘ଟାଲ୍‌କମ୍‌’ରୁ ପ୍ରସ୍ତୁତ ‘ବେବି ପାଉଡର୍‌’ ବିକ୍ରୟ ବନ୍ଦ କରାଯିବ ବୋଲି ଗୁରୁବାର ଦିନ ‘ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌’ କହିଛି। ତେବେ ଏହି କମ୍ପାନୀର ଡ୍ରଗ ମେକର କହିଛନ୍ତି ଯେ ଆମେରୀକାରେ ହୋଇଥିବା ଗ୍ରାହକ ସୁରକ୍ଷା କେଶ୍ କାରଣରୁ ଏହି ପ୍ରଡକ୍ଟର ବିକ୍ରିକୁ ବନ୍ଦ କରାଯିବ । କମ୍ପାନୀ ଆହୁରି ମଧ୍ୟ କହିଛି ଯେ ବେବି ପାଉଡର ଦୁନିଆର ସବୁ ଦେଶରେ ବିକ୍ରି ସରିଛି , କିନ୍ତୁ ବର୍ତ୍ତମାନ ସାରା ଦୁନିଆରେ ଏହାର ପରିଚାଳନା ଗାଇଡଲାଇକୁ ଉଠାଇ ଦିଆଯିବ । ଏ ସଂକ୍ରାନ୍ତରେ ବିବୃତି ଦେଇ ‘ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌’ କହିଛି, ବିଶ୍ବର ବିଭିନ୍ନ ପ୍ରାନ୍ତରୁ ସଂଗୃହୀତ ତଥ୍ୟାବଳୀ ମୂଲ୍ୟାୟନ କରିବା ପରେ ‘ଟାଲ୍‌କମ୍‌’ ପରିବର୍ତ୍ତେ ମକା ମଣ୍ଡରେ ‘ବେବି ପାଉଡର୍‌’ ପ୍ରସ୍ତୁତି କରିବା ଲାଗି ଆମେ ନିଷ୍ପତ୍ତି ଗ୍ରହଣ କରିଛୁ। ଏବେ ସମଗ୍ର ବିଶ୍ବରେ ମକା ମଣ୍ଡରୁ ପ୍ରସ୍ତୁତ ‘ବେବି ପାଉଡର୍‌’ ବିକ୍ରୟ ହେଉଛି। ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରୁଥିବା ଅଭିଯୋଗ ଆସିବା ପରେ ଚାହିଦା ହ୍ରାସ ପାଇବା ହେତୁ ‘ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌’ ୨୦୨୦ରୁ ଯୁକ୍ତରାଷ୍ଟ୍ର ଆମେରିକା ଏବଂ କାନଡାରେ ‘ଟାଲ୍‌କମ୍‌’ ‘ବେବି ପାଉଡର୍‌’ ବିକ୍ରୟ ବନ୍ଦ ରଖିଥିଲା। ‘ଟାଲ୍‌କମ୍‌’ ପାଉଡର୍‌ ପ୍ରସ୍ତୁତି କରୁଥିବାରୁ କମ୍ପାନି ନାଁରେ ୩୮,୦୦୦ ମାମଲା ରୁଜୁ କରାଯାଇଥିଲା। ‘ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌’ ଉତ୍ପାଦିତ ‘ଟାଲ୍‌କମ୍‌’ ସାମଗ୍ରୀରେ ଥିବା ‘କାର୍ସିନୋଜେନ୍‌’ (ଆଜ୍‌ବେଷ୍ଟସ୍‌ରେ ଥିବା ଉପାଦାନ) କର୍କଟ ରୋଗ ସୃଷ୍ଟି କରୁଛି ବୋଲି ଅଭିଯୋଗକାରୀମାନେ ଦର୍ଶାଇଥିଲେ।ଏହି କାରଣରୁ ଜନସନ୍ ଆଣ୍ଡ ଜନସନ କମ୍ପାନୀ ସାରା ବିଶ୍ୱରେ ବେବି ପାଉଡର ବିକ୍ରିକୁ  ବନ୍ଦ କରିବ ବୋଲି ନିଷ୍ପତ୍ତି ନେଇଛି ।

Leave A Reply

Your email address will not be published.