Jai Odisha
News

ଭାରତ ବନ୍ଦ ଡାକରା ଦେଲେ ଚାଷୀ

ଦିଲ୍ଲୀ ଅଭିମୁଖେ ଚାଷୀ

ନୂଆଦିଲ୍ଲୀ : ଦେଶର ବିଭିନ୍ନ ସ୍ଥାନର କୃଷକ ମାନେ ପୁଣି ଥରେ ସେମାନଙ୍କ ଦାବି ପୂରଣ କରିବାକୁ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିବା ସହ ଆଜି ଭାରତ ବନ୍ଦ ଡାକରା ଦେଇଛନ୍ତି. ଏହାକୁ ଆଖିରେ ରଖି ଦିଲ୍ଲୀର ବିଭିନ୍ନ ସ୍ଥାନରେ ବହୁ ପରିମାଣରେ ସମାବେଶ ହେବାକୁ ବାରଣ କରାଯାଇଛି ଏବଂ ବହୁ ସ୍ଥାନରେ ମଧ୍ୟ 144 ଧାରା ବଳବତର ରହିଛି. ଗତକାଲି ଚାଷୀ ସଂଗଠନର ଦେଶର ତିନି ଜଣ କେନ୍ଦ୍ରମନ୍ତ୍ରୀଙ୍କ ସହ ବୈଠକ ବସିଥିଲା. ଏଥିରେ କୌଣସି ନିଷ୍କର୍ସ ନବାହାରିବାରୁ ପୁଣି ଥରେ ଆନ୍ଦୋଳନ ଜାରିରହିଥିବା ବେଳେ ଆସନ୍ତାକାଲି ପୁଣି ଥରେ ଆଲୋଚନା କରାଯିବାର କାର୍ଯ୍ୟକ୍ରମ ରହିଛି. ଏହି ଭାରତ ବନ୍ଦ ସକାଳ 6 ରୁ ଅପରାହ୍ନ 4 ଟା ଯାଏ ଅନୁଷ୍ଠିତ ହେବ ବୋଲି ଚାଷୀନେତା ମାନେ କହିଛନ୍ତି.

 

Leave A Reply

Your email address will not be published.