Jai Odisha
News

ଭାରତ ଯୋଡୋ ଯାତ୍ରାରେ ରାହୁଲଙ୍କ ସହ ଅଭିନେତ୍ରୀ ରିୟା

 ମୁମ୍ବାଇ,୧୭/୧୧: ଅଭିନେତ୍ରୀ ରିୟା ସେନ ଆଜି ଭାରତ ଯୋଡୋ ଯାତ୍ରାର ୭୧ତମ ଦିନରେ ସାମିଲ ହୋଇଛନ୍ତି। ମହାରାଷ୍ଟ୍ରର ଅକୋଲା ଜିଲ୍ଲାରେ ଏହି ଯାତ୍ରା ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ସାମିଲ ହୋଇଥିଲେ ଅଭିନେତ୍ରୀ ରିୟା ସେନ। କିଛିଦିନ ପୂର୍ବରୁ ଅଭିନେତ୍ରୀ ତଥା ଫିଲ୍ମ ନିର୍ମାତା ପୂଜା ଭଟ୍ଟ ମଧ୍ୟ ଏହି ହାଇଦ୍ରାବାଦରେ ଯାତ୍ରାରେ ସାମିଲ ହୋଇ ନିଜ ସମର୍ଥନ ଜଣାଇଥିଲେ।ଭାରତୀୟ ଜାତୀୟ କଂଗ୍ରେସ ଭାରତ ଯୋଡୋ ଯାତ୍ରାରେ ରିୟା ସେନ ଓ ରାହୁଲ ଗାନ୍ଧୀଙ୍କ ଫଟୋ ଟ୍ୱିଟ କରିଛି। ଏହାର କ୍ୟାପସନ ଦିଆଯାଇଛି, ଏବେ ରାସ୍ତାରେ ବିପ୍ଳବ। ଅନ୍ୟପକ୍ଷରେ ‘ଝଙ୍କାର ବିଟସ’ ଓ ନୌକାଡୁବି’ ଚଳଚ୍ଚିତ୍ର ପାଇଁ ପ୍ରସିଦ୍ଧି ଲାଭ କରିଥିବା ଅଭିନେତ୍ରୀ ରିୟା ମଧ୍ୟ ଟ୍ୱିଟରରେ ଏହି ଯାତ୍ରା ନେଇ ନିଜ ମନ କଥା ପ୍ରକାଶ କରିଛନ୍ତି। ୪୧ ବର୍ଷୀୟ ଅଭିନେତ୍ରୀ ଲେଖିଛନ୍ତି, କେବଳ ଚଳଚ୍ଚିତ୍ର ଜଗତରୁ ନୁହେଁ, ଜଣେ ସାଧାରଣ ନାଗରିକ ଭାବେ ସେ ଏହି ଯାତ୍ରାରେ ସାମିଲ ହୋଇ ବହୁତ ଖୁସି ଅନୁଭବ କରୁଛନ୍ତି।

Leave A Reply

Your email address will not be published.