Jai Odisha
News

ଭିଏତନାମରୁ ଆସୁଥିଲେ ଭାରତ,ବିମାନବନ୍ଦରରେ ଦମ୍ପତିଙ୍କଠୁ ମିଳିଲା ୪୫ ବନ୍ଧୁକ,

ନୂଆଦିଲ୍ଲୀ,୧୪/୦୭: ଦିଲ୍ଲୀର ଇନ୍ଦିରାଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ଦମ୍ପତିଙ୍କ ନିକଟରୁ ୪୫ଟି ପିସ୍ତଲ ଜବତ କରାଯାଇଛି । ଭାରତୀୟ ଦମ୍ପତିଙ୍କଠାରୁ ମିଳିଛି ୪୫ଟି ବନ୍ଧୁକ। ଦିଲ୍ଲୀରେ ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଦମ୍ପତିଙ୍କ ଠାରୁ ଏତେ ପରିମାଣର ବନ୍ଧୁକ ଜବତ କରିଛି କଷ୍ଟମ୍ ବିଭାଗ। ଜବତ ବନ୍ଧୁକ ଗୁଡ଼ିକ ଅସଲି । ଏନ.ଏସ.ଜି ଏହି ମାମଲାର ତଦନ୍ତ କରୁଛି।   ଦମ୍ପତିଙ୍କ ନାଁ ଜଗଜିତ ସିଂହ ଯଶମିନ୍ଦର କୌର । ଫ୍ରାନ୍ସର ପ୍ୟାରିସରୁ ଆସି ଭିଏତନାମରେ ଏମାନେ ଓହ୍ଲାଇଥିଲେ। ସେଠାରେ ଭାଇ ମନଜୀତ୍ ସିଂହ ୨ଟି ଯାକ ବ୍ୟାଗ୍ ତାଙ୍କୁ ଦେଇଥିଲେ । ସେଠାରୁ ଏହାକୁ ସେମାନେ ଭାରତ ଆଣିଥିଲେ। ଜବତ ୪୫ଟି ବନ୍ଧୁକର ଦାମ ୨୨ ଲକ୍ଷ ୫୦ ହଜାର ହେବ ବୋଲି ଜଣାପଡ଼ିଛି। ପୂର୍ବରୁ ଏହି ଦମ୍ପତି ତୁର୍କୀରୁ ୨୫ଟି ବନ୍ଧୁକ ଭାରତ ଆଣିଥିବା ସ୍ୱୀକାର କରିଛନ୍ତି। ଏବେ ସେମାନେ କ’ଣ ପାଇଁ ଏତେ ପରିମାଣର ବନ୍ଧୁକ ଭାରତ ଆଣିଥିଲେ, ତା’ର ତଦନ୍ତ କରାଯାଉଛି। ଦମ୍ପତିଙ୍କୁ ପଚରାଉଚରା ଜାରି ରହିଥିବା ବେଳେ ଏହା ପଛରେ ବଡ଼ ରାକେଟ୍ କାମ କରୁଛି ବୋଲି ସନ୍ଦେହ କରାଯାଉଛି ।

 

 

Leave A Reply

Your email address will not be published.