Jai Odisha
News

ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାର

ସୁନ୍ଦରଗଡ଼ ୨୧।୦୯ :ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାର|  ସୁନ୍ଦରଗଡ଼ ଟାଙ୍ଗରପାଲି ଅତିରିକ୍ତ ତହସିଲଦାର କୁଳମଣି ପଟେଲଙ୍କ  ଘରେ ଭିଜିଲାନ୍ସ ପକ୍ଷରୁ ଚାଲିଛି ରେଡ୍‌ । ଏହି ରେଡ୍‌ରେ ବିଭିନ୍ନ ଟିମ୍‌ ସାମିଲ ଅଛନ୍ତି ।  ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ସୁନ୍ଦରଗଡ଼ ଟାଙ୍ଗରପାଲି ଅତିରିକ୍ତ ତହସିଲଦାର କୁଳମଣି ପଟେଲଙ୍କ ଘରେ ରେଡ୍‌ ଚାଲିଛି । ଏକାସାଙ୍ଗେ ବାସଭବନ ସମେତ ୮ଟି ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସ । ଡୁମାବାହାଲ, ଲେଫ୍ରିପଡ଼ା ଓ ସୁନ୍ଦରଗଡ଼ର ୮ଟି ସ୍ଥାନରେ ଚଢ଼ାଉ ହୋଇଛି । କୁଳମଣି ପଟେଲଙ୍କ ପୈତୃକ ଘରେ ରେଡ୍ ହୋଇଛି । ଡୁମାବାହାଲ ସ୍ଥିତ ୪ଟି ଘର ସମେତ ୮ଟି ସ୍ଥାନରେ ଏକକାଳୀନ ରେଡ୍ ହୋଇଛି ।

Leave A Reply

Your email address will not be published.