Jai Odisha
News

ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ କଲେକ୍ଟର

ରାଉରକେଲା, ୦୮/୦୨ :  ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ କଲେକ୍ଟର।   ଲାଞ୍ଚ ନେଇ  ଆଜି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଣେ ଆସିଷ୍ଟାଣ୍ଡ କଲେକ୍ଟର । ରାଉରକେଲା ଏଡିଏମ୍ ଅଫିସରେ କାର୍ଯ୍ୟରତ ଆସିଷ୍ଟାଣ୍ଡ କଲେକ୍ଟର ମନୋରଞ୍ଜନ ନାୟକଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ଜିଲ୍ଲାପାଳ ମନୋରଞ୍ଜନ ନାୟକଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି। ବିଭିନ୍ନ ସ୍ଥାନରେ ଚଢାଉ କରୁଛନ୍ତି ଭିଜିଲାନ୍ସ ଟିମ୍। ସହକାରୀ ଜିଲ୍ଲାପାଳ ମନୋରଞ୍ଜନ ନାୟକଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି।ଶ୍ରୀ ନାୟକଙ୍କ ନାମରେ ପୂର୍ବରୁ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଥିଲା । ଏନେଇ ଭିଜିଲାନ୍ସ ଟିମ୍ ପକ୍ଷରୁ ଶ୍ରୀ ନାୟକଙ୍କର ୫ଟି ସ୍ଥାନରେ ଚଢ଼ାଉ କରାଯାଇଛି । ଛେଣ୍ଡ ସ୍ଥିତ ୨ଟି ଘର, କାର୍ଯ୍ୟାଳୟ, ଭୁବନେଶ୍ୱର ଗୋଠପାଟଣା ଘରେ ଏକକାଳୀନ ଚଢ଼ାଉ କରାଯାଇଥିଲା । ଏହି ରେଡରେ ରାଉରକେଲା, ଝାରସୁଗୁଡ଼ା, ଦେବଗଡ଼ ଓ ସୁନ୍ଦରଗଡ଼ର ଭିଜିଲାନ୍ସର ୪ଟି ଟିମ୍ ସାମିଲ ହୋଇଥିଲେ । ଏକାସାଙ୍ଗରେ ରାଉରକେଲା ଛେଣ୍ଡରେ ଦୁଇଟି ଘର, ଅଫିସ୍, ଭୁବନେଶ୍ୱର ସ୍ଥିତ ଘର, ପୈତୃକ ଘରକୁ ମିଶାଇ ମୋଟ ୭ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ ହୋଇଛି ।

Leave A Reply

Your email address will not be published.