Jai Odisha
News

ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣି ନନ୍ଦୀ କିଶୋର ନାଥ

ରାଉରକେଲା,୧୦।୧   ରାଉରକେଲାରେ ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣି ନନ୍ଦୀ କିଶୋର ନାଥ ଧରାପଡ଼ିଛନ୍ତି । ସେ ରାଉରକେଲା ଆରଡବ୍ଲୁ ଡ଼ିଭିଜନର କନିଷ୍ଠ କିରାଣୀ ଅଟନ୍ତି । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍ ପକାଇଛି । ଏପର୍ଯ୍ୟନ୍ତ କେତେ ସଂପତ୍ତି ଠୁଳ କରିଛନ୍ତି ତାହା ଜଣାପଡ଼ି ନଥିବା ବେଳେ ସଂପୂର୍ଣ୍ଣ ରେଡ଼ ପରେ ସମସ୍ତ ତଥ୍ୟ ଏକାଠି କରାଯିବ ବୋଲି ସୂଚନା ମିଳିଛି ।ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମଙ୍ଗଳବାର ନନ୍ଦ କିଶୋରଙ୍କ ଘରେ ଭୁବନେଶ୍ୱରର ସ୍ବତନ୍ତ୍ର ଟିମ୍‌ ପକ୍ଷରୁ ଚଢାଉ କରାଯାଇଛି। ରାଉରକେଲା ପାନପୋଷ ନିକଟରେ ଥିବା ନନ୍ଦ କିଶୋରଙ୍କ ସରକାରୀ କ୍ୱାର୍ଟର୍ସ, ଭୁବନେଶ୍ୱରର ଲକ୍ଷ୍ମୀସାଗରରେ ଥିବା ଫ୍ଲାଟ୍‌, ବରଗଡ ଥିବା ପୈତୃକ ଘର, ରାଉରକେଲାରେ ଥିବା ଅଫିସ ଚାମ୍ବର, ସମ୍ବଲପୁର ଅଇଁଠାପଲ୍ଲୀରେ ଥିବା ଘର ଏବଂ ସମ୍ବଲପୁରରେ ଥିବା ସମ୍ପର୍କୀୟଙ୍କ ଘରେ ଏକକାଳୀନ ଏହି ଚଢାଉ ଜାରି ରହିଛି।ଘଟଣାସ୍ଥଳରେ କନିଷ୍ଠ କିରାଣିଙ୍କ ଅଫିସ ସମେତ ଏକକାଳୀନ ୬ଟି ସ୍ଥାନରେ ଭିଜିଲାନ୍ସ ଚଢାଉ ଜାରି ରଖିଛି । ତେବେ ଭୁବନେଶ୍ୱର, ବରଗଡ଼, ରାଉରକେଲା ଓ ସମ୍ବଲପୁର ଜିଲ୍ଲାରେ ବିଭିନ୍ନ ଭିଜିଲାନ୍ସ ଅଧିକାରୀଙ୍କୁ ରେଡ୍ କାର୍ଯ୍ୟରେ ନିୟୋଜିତ କରାଯାଇଛି

Leave A Reply

Your email address will not be published.