Jai Odisha
News

ଭିଜିଲାନ୍ସ ଜାଲରେ ପ୍ରାଣୀ ଚିକିତ୍ସାଳୟର ବରିଷ୍ଠ କିରାଣୀ

ଚମ୍ପୁଆ,୨୭ା୧: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟର ବରିଷ୍ଠ କିରାଣି ମହେନ୍ଦ୍ର କୁମାର ସେଠୀ। କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟର ବରିଷ୍ଠ କିରାଣି ମହେନ୍ଦ୍ର କୁମାର ସେଠୀ ଛୁଟି ଦରମା କରାଇଦେବା ପାଇଁ ଜଣେ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି।ସୂଚନା ଅନୁଯାୟୀ, ଚମ୍ପୁଆ ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟର ବରିଷ୍ଠ କିରାଣୀ ମହେନ୍ଦ୍ର ସେଠୀ ଯୋଡ଼ାର ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ଶୁଭାଶିଷ ମହାପାତ୍ରଙ୍କର ୨୦୨୨ ଜାନୁଆରୀ ୧୭ ଠାରୁ ୩୦ ପର୍ଯ୍ୟନ୍ତ ଛୁଟିର ଦରମା କରିଦେବାକୁ ୧୦ ହଜାର ଲାଞ୍ଚ ମାଗିଥିଲେ। ତେବେ ଆଜି ସକାଳେ ଡା.ଶୁଭାଶିଷଙ୍କ ନିକଟରୁ କାର୍ଯ୍ୟାଳୟରେ ୧୦ ହଜାର ନେଉଥିବା ବେଳେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ତାଙ୍କୁ ଜାଲରେ ଶିକାର କରିଛି। ଘଟଣାସ୍ଥଳରେ, ଭିଜିଲାନ୍ସ ଟିମ ବରିଷ୍ଠ କିରାଣୀଙ୍କ ଚମ୍ପୁଆ ସରକାରୀ କାର୍ଯ୍ୟାଳୟ ବାସ ଭବନ ସମେତ ଯାଜପୁର ଜିଲ୍ଲାର ନିଜ ଘରେ ଏକ କାଳୀନ ଚଢ଼ାଉ କରାଯାଉଛି।

Leave A Reply

Your email address will not be published.