Jai Odisha
News

ଭିଜିଲାନ୍ସ ଜାଲରେ ବାଲିଅନ୍ତା RI

କଟକ,୨୪/୮:    ଭିଜିଲାନ୍ସ ଜାଲରେ ବାଲିଅନ୍ତା RI। ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଆରଆଇ ଦେବଦତ୍ତ ବିଶ୍ୱାଳ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ।୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଖୋର୍ଦ୍ଧା ବାଲିଅନ୍ତା ଆରଆଇ । ମିଳିଥିବା ସୂଚନା ଅନୁସାରେ, ୪୭ ଡେସିମିଲ ଜମିକୁ ଭାଇମାନଙ୍କ ମଧ୍ୟରେ ଭାଗ କରାଇଦେବାକୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଏଥିପାଇଁ ୪୦ ହ୦ଜାର ଟଙ୍କା ଦାବି କରିଥିଲେ ଦେବଦତ୍ତ । ତେବେ ପ୍ରଥମେ ୨୦ ହଜାର ଟଙ୍କା ଅଗ୍ରୀମ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ । ଏବେ ଦେବଦତ୍ତଙ୍କୁ ପଚରାଉଚରା କରାଯାଉଥିବା ଜଣାପଡିଛି ।

Leave A Reply

Your email address will not be published.