Jai Odisha
News

ଭିଜିଲାନ୍ସ ଜାଲରେ ବୌଦ୍ଧ ଆର୍ଟିଓ

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ କର୍ମଚାରୀ. ବୌଦ୍ଧ ଜିଲ୍ଲା ଆରଟିଓ ଅଧିକାରୀ ବସନ୍ତ କୁମାର ମହାପାତ୍ରଙ୍କ ଘର ସମେତ ଅଫିସ, ବ୍ୟବସାୟିକ ପ୍ରତିଷ୍ଠାନକୁ ମିଶାଇ ଏକକାଳୀନ ୧୦ ଟି ସ୍ଥାନରେ ଚାଲିଛି ରେଡ଼. ଆୟବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ପଡିଛି ଛାପା. ସୂଚନା ଅନୁସାରେ, ପାହାଳ ସ୍ଥିତ ଉତ୍କଳ ସିଗ୍ନଚର ଆପାର୍ଟମେଣ୍ଟ, ଉତ୍କଳ କନିକା ଗ୍ୟାଲେରିଆରେ ଥିବା ଦୁଇଟି ଦୋକାନ ଓ କଳ୍ପନାରେ ଥିବା ଫ୍ଲାଟ, କଳାରାହଙ୍ଗରେ Z1 ଆପାର୍ଟମେଣ୍ଟ ଏବଂ ରଙ୍ଗମାଟିଆରେ ଥିବା ହରାପ୍ରିୟା ଇଂକ୍ଲେଭରେ ଆଦି ସ୍ଥାନରେ ରେଡ ଜାରି ରହିଛି. ଦୁଇ ଅତିରିକ୍ତ ଏସପିଙ୍କ ସମେତ ଛଅ ଡିଏସପି ଓ ଛଅ ଜଣ ଇନ୍ସପେକ୍ଟର ରେଡ଼ରେ ସାମିଲ ଥିବା ସୂଚନା ମିଳିଛି.

Leave A Reply

Your email address will not be published.