Jai Odisha
News

ଭିଜିଲାନ୍ସ ଜାଲରେ ହଳଦିଆ ମେଡିକାଲ କିରାଣୀ।

ଖୋର୍ଦ୍ଧା, ୦୨/୦୮ :  ଭିଜିଲାନ୍ସ ଜାଲରେ ହଳଦିଆ ମେଡିକାଲ କିରାଣୀ।। ମୃତ ବ୍ୟକ୍ତିଙ୍କ ପ୍ରମାଣପତ୍ର କରାଇଦେବାକୁ କହି ୫ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଖୋର୍ଦ୍ଧା ଥାନା ଅନ୍ତର୍ଗତ ହଳଦିଆ ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ରର କିରାଣୀ ଅନୁପ ଶତପଥୀ |ଚମ୍ପାଝର ଗ୍ରାମର ସୁନିଲ ତ୍ରିପାଠୀ ତାଙ୍କ ଜେଜେ ବାପା ଓ ଜେଜେ ମାଙ୍କ ମୃତ ପ୍ରମାଣ ପତ୍ର ପାଇଁ ହଳଦିଆ ସ୍ଵାସ୍ଥ୍ୟକେନ୍ଦ୍ରର କିରାଣୀ ଅନୁପ ଶତପଥୀଙ୍କ ସହ ଯୋଗାଯୋଗ କରିଥିଲେ। ହେଲେ ମୃତ୍ୟୁ ପ୍ରମାଣପତ୍ର କରାଇଦେବା ବାବଦକୁ ସେ ୬ ହଜାର ଟଙ୍କା ଦାବି କରିଥିଲେ। ଆଜି ଅନୁପ ଶତପଥୀ ନିଜ କାର୍ଯ୍ୟାଳୟରେ ୫ହଜାର ଟଙ୍କା ନେବାବେଳେ ଖବର ପାଇ ଖୋର୍ଦ୍ଧା ଭିଜିଲାନ୍ସ ଟିମ୍ ପହଞ୍ଚି ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରି ତଦନ୍ତ ଚଳାଇଛି।

Leave A Reply

Your email address will not be published.