Jai Odisha
News

ଭିଜିଲାନ୍ସ ଜାଲରେ RWSSର ସହକାରୀ ନିର୍ବାହୀ ଯନ୍ତ୍ରୀ

ଉଦଳା ୧୪।୧୧: ଭିଜିଲାନ୍ସ ଜାଲରେ ଫସିଛନ୍ତି ସହକାରୀ ନିର୍ବାହୀ ଯନ୍ତ୍ରୀ । ଉଦଳା RWSSର ସହକାରୀ ନିର୍ବାହୀ ଯନ୍ତ୍ରୀ ରବି ନାରାୟଣ ପଣ୍ଡାଙ୍କ ଘରେ ଚଢାଉ କଲା ଭିଜିଲାନ୍ସ ଟିମ୍ । ତେବେ ଆୟ ବହିର୍ଭୂତ ସମ୍ପତ୍ତି ଅଭିଯୋଗରେ ରେଡ କରିଛି ଭିଜିଲାନ୍ସ ।ଏକାକାଳୀନ ବିଭିନ୍ନ ସ୍ଥାନରେ ରେଡ୍ ଜାରି ରଖିଛି ଭିଜିଲାନ୍ସ ଟିମ୍।  ଆଜି ସକାଳୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ ରବି ନାରାୟଣ ପଣ୍ଡାଙ୍କ ଘରେ ଭିଜିଲାନ୍ସ ଚଢାଉ କରୁଛି । ଭୁବନେଶ୍ୱର ସମେତ ୮ଟି ସ୍ଥାନରେ ଚଢାଉ ଜାରି ରଖିଛି ଭିଜିଲିନ୍ସ ଟିମ୍ । ତାଙ୍କ ବାସଭବନ ଓ ଅଫିସରେ ଚଢ଼ଉ ଜାରି ରହିଥିବା ସୂଚନା ମିଳିଛି । ଅତିରିକ୍ତ ଏସପିଙ୍କ ନେତତ୍ବରେ ୮ଜଣ ଡିସିପି, ୫ ଜଣ ଇନ୍ସପେକ୍ଟର ,ଜଣେ ସବ୍- ଇନ୍ସପେକ୍ଟର ସମେତ ୧୧ ଜଣ ଏଏସ୍ଆଇ ଓ ଅନ୍ୟାନ୍ୟ କର୍ମଚାରୀ ରେଡରେ ସାମିଲ ହୋଇଛନ୍ତି।

Leave A Reply

Your email address will not be published.