Jai Odisha
News

ଭିଜିଲାନ୍ସ ଜାଲରେ TPWODL ଜେନେରାଲ୍ ମ୍ୟାନେଜର

ସମ୍ବଲପୁର, ୧୧/୦୩ : ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଟାଟା ପାୱାର୍ ଜେନେରାଲ ମ୍ୟାନେଜରଙ୍କ ଘରେ ଚଢାଉ କରିଛନ୍ତି ରାଜ୍ୟ ଦୁର୍ନିତି ନିବାରଣ ସଂସ୍ଥା । ସମ୍ବଲପୁର ବୁର୍ଲାର ପଶ୍ଚିମ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଜେନେରାଲ ମ୍ୟାନେଜରଙ୍କୁ ସାନ୍ତୋଶ କୁମାର ଦାର୍ଜୀ ଘରେ ଭିଜିଲାନ୍ସ ଚଢାଉ ଜାରି ରଖିଛି।    ଜେନେରାଲ ମ୍ୟାନେଜର ସନ୍ତୋଷ କୁମାର ଦର୍ଜୀ ବୁର୍ଲା କର୍ପୋରେଟ ଅଫିସରେ କାର୍ଯ୍ୟରତ ଅଛନ୍ତି। ଏହି ଚଢାଉରେ ଜଣେ ଡିଏସପି ୬ଜଣ ଇନସ୍‌ପେକ୍ଟର, ୨ଜଣ ଏଏସଆଇ ସାମିଲ ଅଛନ୍ତି। ଏକକାଳୀନ ୩ଟି ସ୍ଥାନରେ ରେଡ୍ ଜାରି ରହିଛି। ସନ୍ତୋଷ କୁମାରଙ୍କ ସମ୍ବଲପୁର ପ୍ରଧାନପଡା ସ୍ଥିତ ବାସଭବନ, ବୁର୍ଲା କର୍ପୋରେଟ୍ ଅଫିସ୍, ବରଗଡ ଜିଲ୍ଲା ଅତାବିରାରର ପୈତୃକ ବାସଭବନରେ ଚଢାଉ ହେଉଛି। ବର୍ତ୍ତମାନ ସୁଦ୍ଧା ନଗଦ ୬ ଲକ୍ଷ ୨୮ ହଜାର ଟଙ୍କା ଜବତ ହୋଇଛି।

Leave A Reply

Your email address will not be published.