Jai Odisha
News

ଭିଡିଓ କନ୍‌ଫରେନ୍ସିଂ ଜରିଆରେ ୟୁକ୍ରେନ୍ ରାଷ୍ଟ୍ରପତି ‘ନାଟୋ’ ସମ୍ମିଳନୀକୁ ସମ୍ବୋଧିତ କରିବେ

ନୂଆଦିଲ୍ଲୀ, ୨୩/୩ : ୟୁକ୍ରେନ୍ ରାଷ୍ଟ୍ରପତି ଭିଡିଓ କନ୍‌ଫରେନ୍ସିଂ ଜରିଆରେ ‘ନାଟୋ’ ସମ୍ମିଳନୀକୁ ସମ୍ବୋଧିତ କରିବେ|ରୁଷିଆ ଓ ୟୁକ୍ରେନ୍  ମଧ୍ୟରେ ଜାରି ଥିବା ଯୁଦ୍ଧ   ୨୭ ଦିନରେ ପହଞ୍ଚିଛି ।  ଦୀର୍ଘ ୨୭ ଦିନ ହେବ ୟୁକ୍ରେନ୍‌ର ବିଭିନ୍ନ ସହର ଉପରେ ଋଷ ଆତ୍ମଘାତୀ ଆକ୍ରମଣ କରୁଛି। ଋଷ ଆଗରେମଧ୍ୟ ମୁଣ୍ଡ ନୁଆଁଇବାକୁ ପ୍ରସ୍ତୁତ ନାହିଁ ୟୁକ୍ରେନ୍। ୟୁକ୍ରେନ୍‌ର ଅନେକ ସହରରେ ଭୀଷର ବୋମା, ଗୁଳି, ରକେଟ ଓ ମିସାଇଲ ଆକ୍ରମଣ ହୋଇଛି । ଶତାଧିକ ଲୋକଙ୍କର ମୃତ୍ୟୁ ହୋଇଛି । ଏଥିରେ ସ୍କୁଲ ପିଲା ଓ ସ୍ୱାସ୍ଥ୍ୟ କର୍ମୀ ମଧ୍ୟ ସାମିଲ ଅଛନ୍ତି । ସେହିପରି ରୁଷିଆ ସେନାର ଆକ୍ରମଣରେ ହଜାର ହଜାର ଲୋକ ଆହତ ହୋଇଥିବା ବେଳେ ଲକ୍ଷ ଲକ୍ଷ ଲୋକ ୟୁକ୍ରେନ୍ ଛାଡ଼ି ପଡୋଶୀ ଦେଶର ଶରଣ ପଶିଛନ୍ତି । ୟୁକ୍ରେନ୍‌ର ଦୁର୍ଦ୍ଦଶା ଏତିକିରେ ଶେଷ ହୋଇ ନାହିଁ । ଚେର୍ନୋବିଲ୍‌ର ଏକ ନୂଆ ଲ୍ୟାବ୍‌କୁ ଋଷ ମିଶାଇଲ୍ ମାଡ଼ କରି ଧ୍ଵଂସ କରି ଦେଇଛି। ଏହି ନୂଆ ଲ୍ୟାବ ଚେର୍ନୋବିଲ୍ ନ୍ୟୁକ୍ଲିଅର ପାୱାର ପ୍ଲାଣ୍ଟର ଥିଲା। ରେଡିଓଆକ୍ଟିଭ୍ ୱେଷ୍ଟ ଉପରେ ନଜର ରଖିବା ପାଇଁ ୨୦୧୫ରେ ୟୁରୋପିଆନ୍ କମିଶନର ସହାୟତାରେ ଏହି ଲ୍ୟାବ୍‌କୁ ନିର୍ମାଣ କରାଯାଇଥିଲା। ଏଠାରେ ରହୁଥିବା ବିଦେଶୀ ନାଗରିକମାନେ ମଧ୍ୟ ସ୍ୱଦେଶକୁ ଫେରିଯାଇଛନ୍ତି ।   ଏହାରି ମଧ୍ୟରେ ‘ନାଟୋ’ ୟୁକ୍ରେନ୍‌ର ରାଷ୍ଟ୍ରପତି ଭୋଲୋଦିମୀର ଜେଲେନ୍‌ସ୍କିଙ୍କୁ ଗୁରୁବାର ଭିଡିଓ ଲିଙ୍କ ଜରିଆରେ ଶିଖର ସମ୍ମିଳନୀକୁ ସମ୍ବୋଧିକ କରିବା ପାଇଁ ଆମନ୍ତ୍ରିତ କରିଛି ।

Leave A Reply

Your email address will not be published.