Jai Odisha
News

ଭିତରକନିକାରେ ବିଦେଶାଗତ ପକ୍ଷୀ ଗଣନା ହେଲା ଆରମ୍ଭ

ରାଜନଗର,୬ା୧; ଆଜିଠାରୁ ଭିତରକନିକାରେ  ବିଦେଶାଗତ ପକ୍ଷୀ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି । ଯାହାକି ସକାଳ ୬ ଟାରୁ ଆରମ୍ଭ ହୋଇ ଦିନ ୨ ଟା ପର୍ଯ୍ୟନ୍ତ ଚାଲିବ । ରାଜନଗର ବନଖଣ୍ଡର ୫ଟି ରେଞ୍ଜରେ ଏହି ବିଦେଶାଗତ ପକ୍ଷୀମାନଙ୍କ ଗଣନା କାର୍ଯ୍ୟ ଚାଲିଛି । ଯେଉଁଥିପାଇଁ ୧୭ ଟି ଟିମ୍ ନିୟୋଜିତ ଅଛନ୍ତି । ତେବେ ପ୍ରତ୍ୟେକ ଟିମରେ ୪ ରୁ ୫ ଜଣ ସଦସ୍ୟ ସାମିଲ ଅଛନ୍ତି । ରାଜନଗର, କନିକା, ଗହୀରମଥା, ମହାକାଳପଡା, ଏବଂ କୁଜଙ୍ଗରେ ଏହି ପକ୍ଷୀ ଗଣନା କାର୍ଯ୍ୟ ଚାଲିଛି । ତେବେ ଏହି ପକ୍ଷୀ ଗଣନା ସରିବା ପରେ ଜଣାପଡିବ ଚଳିତ ବର୍ଷ ଭିତରକନିକାକୁ କେତେ ବିଦେଶାଗତ ପକ୍ଷୀଙ୍କ ଆଗମନ ହୋଇଛି । ଏତତ୍ ବ୍ୟତୀତ ଏହି ସମୟରେ ଶିକାରୀମାନଙ୍କ ପ୍ରତି ଦୃଷ୍ଟି ରଖାଯାଉଥିବା ମଧ୍ୟ ସୂଚନାରୁ ଜଣାପଡୁଛି । ତେବେ ଏହି ପକ୍ଷୀ ଗଣନାରେ ବାଇନାକୁଲାର୍ ସହ ଜିପିଏସ୍ ଓ କ୍ୟାମେରା ବ୍ୟବହୃତ ହେଉଛି ।

 

Leave A Reply

Your email address will not be published.