Jai Odisha
News

ଭୁଜାଲି ଚୋଟରେ ଶିକ୍ଷକ ଆହତ

କେନ୍ଦ୍ରାପଡା୩।୫ :  ଭୁଜାଲି ଚୋଟରେ ଶିକ୍ଷକ ଆହତ । ରାଜକନିକା ଥାନା ଅନ୍ତର୍ଗତ ପାରିନୁଆପଡ଼ା ପଞ୍ଚାୟତର ପାରିନୁଆପଡ଼ା ଗ୍ରାମରେ ଗତକାଲି ରାତିରେ ଜଣେ ଶିକ୍ଷକଙ୍କୁ ଭୁଜାଲିରେ ଆକ୍ରମଣ।  ଆକ୍ରମଣ ପରେ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପରେ  ରାଜକନିକା ଥାନାରେ ଦ୍ୱାରସ୍ତ ହୋଇ ଆହତ ଶିକ୍ଷକ ଥାନାରେ ଲିଖିତ ଅଭିଯୋଗ କରିଥିବା ଦେଖିବାକୁ ମିଳିଛି। ଏନେଇ ରାଜକନିକା ପୁଲିସ ଅଭଯୁକ୍ତ କୁ ଅଟକ ରଖି ତଦନ୍ତ କରୁଥିବା ଜଣାପଡିଛି l ସଞ୍ଜୟ ବରଜ ଓ ସୁଧାକର ବରଜ  ପାରିନୁଆପଡା ଗ୍ରାମ  ପାଠାଗାର ସମ୍ମୁଖରେ  ଆଲୋଚନା ହେଉଥିବା ବେଳେ ହଠାତ  ସେହି ଗାଁର ଧର୍ମେନ୍ଦ୍ର ବରଜ ନାମକ ଜଣେ ବ୍ୟକ୍ତି ସଞ୍ଜୟଙ୍କ ପଛପଟୁ ଆକ୍ରମଣ କରିଥିଲେ। ସଞ୍ଜୟ ଚିତ୍କାର କରି ତଳେ ପଡ଼ିଯିବାରୁ ତାଙ୍କୁ ବାରମ୍ବାର ଭୁଜାଲିରେ ଆକ୍ରମଣ କରିବାକୁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକେ ଧର୍ମେନ୍ଦ୍ରଙ୍କ କବଳରୁ ସଞ୍ଜୟଙ୍କୁ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ।

Leave A Reply

Your email address will not be published.