Jai Odisha
News

ଭୁବନେଶ୍ବରରୁ ଜୟପୁର ସହରକୁ ବିମାନସେବା ଉଡାଣର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୩୧।୧୦ : ଜୟପୁରକୁ ଆରମ୍ଭ ହେଲା ନିୟମିତ ବିମାନ ସେବା । ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।   ଭୁବନେଶ୍ବରରୁ ଜୟପୁର ସହରକୁ ବିମାନସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜୟପୁର ବିମାନବନ୍ଦରକୁ ଉଡାନ (Ude Desh ki Aam Naagrik) ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ, ଓଡିଶା ସରକାର ଏବଂ ବିମାନବନ୍ଦର ପ୍ରାଧିକରଣ ଙ୍କ ମିଳିତ ଉଦ୍ୟମରେ ବିମାନବନ୍ଦର ରୂପେ ବିକାଶ କରାଯାଇଅଛି ।ତେବେ ପ୍ରତିଦିନ ପୂର୍ବାହ୍ନ ୧୧ଟା ୩୫ରୁ ଭୁବନେଶ୍ବରରୁ ଉଡ଼ାଣ ଆରମ୍ଭ କରି ଜୟପୁରରେ ଅପରାହ୍ନ ଗୋଟାଏ ୨୦ରେ ପହଞ୍ଚିବ । ସେଠାରୁ ଗୋଟାଏ ୪୦ରେ ବିଶାଖାପାଟଣା ଅଭିମୁଖେ ଯାତ୍ରା କରି ୨ଟା ୩୦ରେ ପହଞ୍ଚିବ । ପୁଣି ଅପରାହ୍ନ ୩ଟାରେ ବିଶାଖାପାଟଣାରୁ ବାହାରି ୩ଟା ୫୦ରେ ଜୟପୁର ଓ ପରେ ୪ଟା ୫ରେ ସେଠାରୁ ବାହାରି ୫ଟା ୫୦ରେ ଭୁବନେଶ୍ବରରେ ପହଞ୍ଚିବ । ଭୁବନେଶ୍ବରରୁ ଜୟପୁର ପାଇଁ ପ୍ରାରମ୍ଭିକ ଭାବେ ଟିକେଟ ମୂଲ୍ୟ ୧୦୪୯ ଟଙ୍କା ରହିଛି, ଆଗକୁ ସର୍ବାଧିକ ଅଢେଇ ହଜାର ଟଙ୍କା ରହିବ । ଗତ ଅକ୍ଟୋବର ୨୦ ତାରିଖରେ ଜୟପୁର ବିମାନବନ୍ଦର ନୂଆଦିଲ୍ଲୀର ବେସାମରିକ ବିମାନ ଚଳାଚଳର ମହାନିର୍ଦ୍ଦେଶକଙ୍କ ଠାରୁ 2B VFR ବର୍ଗରେ ଉଡାଣ ନିମନ୍ତେ ଲାଇସେନ୍ସ ପାଇଛି l ଭୁବନେଶ୍ୱର, ଝାରସୁଗୁଡା ଏବଂ ରାଉରକେଲା ବିମାନବନ୍ଦର ପରେ ଏହା ରାଜ୍ୟର ଚତୁର୍ଥ ଲାଇସେନ୍ସ ପ୍ରାପ୍ତ ବିମାନବନ୍ଦର ଭାବେ ପରିଗଣିତ ହେବ l ଏହା ରାଜ୍ୟର ପ୍ରଥମ ନିଜସ୍ୱ ବିମାନବନ୍ଦର ହେବ, ଯାହା ବ୍ୟବସାୟିକ ବିମାନ ଚଳାଚଳ ପାଇଁ ଲାଇସେନ୍ସପ୍ରାପ୍ତ ।  ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଟୁକୁନି ସାହୁ , ମୁଖ୍ୟ ଶାସନ୍ ସଚିବ ସୁରେଶ ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି କେ ପାଣ୍ଡିଆନ୍ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ|

Leave A Reply

Your email address will not be published.