Jai Odisha
News

ଭୁବନେଶ୍ବର ଏମ୍ସରୁ ୧୨ ଦଲାଲ ଗିରଫ

ଭୁବନେଶ୍ବର, ୦୪/୧୧: ଭୁବନେଶ୍ବର ଏମ୍ସରୁ ୧୨ ଦଲାଲ ଗିରଫ ହୋଇଛନ୍ତି । ଖଣ୍ଡଗିରି ଥାନା ପୋଲିସ ଏହି ଦଲାଲ୍‌ମାନଙ୍କୁ ଗିରଫ କରିଛି । ବିଭିନ୍ନ ଆଳରେ ବାହାର ଜିଲ୍ଲାରୁ ଆସୁଥିବା ରୋଗୀ ଓ ସମ୍ପର୍କୀୟଙ୍କୁ ଠକି ଏମାନେ ଟଙ୍କା ନେଉଥିଲେ । ଟିକେଟ, ଆଡମିଶନ ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବାକୁ କହି ସେମାନଙ୍କୁ ଲୁଟୁଥିଲେ । ତେବେ   ବ୍ରହ୍ମପୁର ଓ କଟକ ଏସସିବି ମେଡିକାଲ୍‌ରୁ ଦଲାଲ ଧରାପଡ଼ିବା ପରେ ଏବେ ଏମସ୍‌ରୁ ୧୨ ଜଣ ଦଲାଲଙ୍କୁ ଗିରଫ କରିଛି ଖଣ୍ଡଗିରି ପୋଲିସ । ହସ୍ପିଟାଲକୁ ଦଲାଲ ମୁକ୍ତ କରିବାକୁ ଚାଲିଥିବା ସ୍ପେଶାଲ ଡ୍ରାଇଭ୍ ପରେ ଏମାନଙ୍କୁ ଗିରଫ କରାଯାଇଛି । ଏସବୁ ବ୍ୟକ୍ତି ରୋଗୀଙ୍କୁ ସହାୟତା ଆଳରେ ଠକୁଥିବା ଅଭିଯୋଗ ରହିଛି । ଭୁବନେଶ୍ୱରସ୍ଥିତ ଏମସ୍‌ ଏକ ଜାତୀୟ ସ୍ତରର ହସ୍ପିଟାଲ ହୋଇଥିବା ବେଳେ ଏଠାରେ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଥାଏ।  ଏଠାରେ ଚିକିତ୍ସିତ ହେବାକୁ ଦୂରଦୂରାନ୍ତରୁ ରୋଗୀ ଆସିଥାନ୍ତି ।   ଟିକେଟ ଖଣ୍ଡେ ପାଇ ଡାକ୍ତରଙ୍କ ପରାମର୍ଶ କରିବା ନିମନ୍ତେ ରୋଗୀଙ୍କ ସମ୍ପର୍କୀୟଙ୍କୁ ଖୁବ୍‌ ସଂଘର୍ଷ କରିବାକୁ ପଡ଼ିଥାଏ । ଏହାର ଫାଇଦା ନେଇଥାନ୍ତି ଦଲାଲ ସେମାନେ କାଉଣ୍ଟରରେ ଛିଡ଼ା ହୋଇ ବିନା ମୂଲ୍ୟରେ ସଂଗ୍ରହ କରୁଥିବା ଟିକେଟକୁ ରୋଗୀଙ୍କ ସମ୍ପର୍କୀୟଙ୍କୁ ଚଢ଼ା ଦରରେ ବିକ୍ରି କରିଥାନ୍ତି। ଏପରିକି ଟିକେଟ ପିଛା ୪ରୁ ୫ ହଜାର ଟଙ୍କା ଆଦାୟ କରିଥାନ୍ତି। ଫଳରେ ହନ୍ତସନ୍ତ ହୋଇଥାନ୍ତି ଦୂରଦୂରାନ୍ତରୁ ଆସୁଥିବା ରୋଗୀ । ଏପରିକି ଜମିବାଡ଼ି ବିକ୍ରି କରିକି ଚିକିତ୍ସା ପାଇଁ ଆଣିଥିବା ଟଙ୍କାକୁ ଦଲାଲଙ୍କୁ ଦେବାକୁ ବାଧ୍ୟ ହୋଇଥାନ୍ତି। ଅଭିଯୋଗ ହେବା ପରେ ଖଣ୍ଡଗିରି ପୋଲିସ୍‌ ବହୁ ଦିନ ହେବ ଚଢ଼ଉ ନିମନ୍ତେ ଯୋଜନା ପ୍ରସ୍ତୁତ କରିଥିଲା। ଏଥିନିମନ୍ତେ ଆରମ୍ଭ କରିଥିଲା ସ୍ପେଶାଲ ଡ୍ରାଇଭ । ଖଣ୍ଡଗିରି ପୋଲିସ୍‌ ସଦଳବଳେ ଆଜି ହସ୍ପିଟାଲ ଉପରେ ଚଢ଼ାଉ କରିଥିବା ବେଳେ ୧୩ ଦଲାଲଙ୍କୁ ଗିରଫ କରିଛି। ଏ

Leave A Reply

Your email address will not be published.