Jai Odisha
News

ଭୁବନେଶ୍ବର-କଟକରେ ଦୁର୍ଗାପୂଜା କଟକଣା ,ମଣ୍ଡପରେ ବାଜିବ ୪ରୁ ୫ଟି ସାଉଣ୍ଡ ବକ୍ସ

ଭୁବନେଶ୍ବର,୨୩/୦୯: ମଣ୍ଡପରେ ମା’ ଦୁର୍ଗାଙ୍କ ପୂଜା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ମୂର୍ତ୍ତି ନିର୍ମାଣ ଓ ସାଜସଜ୍ଜା କାମରେ ପୂଜା କମିଟି, ଶିଳ୍ପୀ ଓ କଳାକାର ବ୍ୟସ୍ତ ରହୁଥିବା ଦେଖାଯାଉଛି। ଅକ୍ଟୋବର ମଣ୍ଡପରେ ୧ ତାରିଖ ଠାରୁ ଷଷ୍ଠୀ ପୂଜା ଆରମ୍ଭ ହୋଇଯିବ। ‌ଅକ୍ଟୋବର ୫ ତାରିଖରେ ଦଶହରା ପର୍ବ ପାଳନ ହେବ। ତେବେ ଦଶହରାରେ ମଣ୍ଡପଗୁଡ଼ିକ ଏବଂ ମା’ଙ୍କ ଭସାଣା ପାଇଁ କମିସନରେଟ ପୁଲିସ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ରାଜଧାନୀରେ ପୂଜା ପାଳନ ବେଳେ ମାନିବାକୁ ପଡ଼ିବ କେତେକ କଟକଣା। ଏନେଇ ପୂଜା କମିଟି ମାନଙ୍କୁ ତାଗିଦ କରିଛନ୍ତି ଭୁବନେଶ୍ୱର ଡିସିପି। ସାଉଣ୍ଡ, ଡିଜେ, ଲାଇଟ୍, ଭସାଣ ଶୋଭାଯାତ୍ରା ନେଇ ତାଗିଦ କରିଛନ୍ତି ଡିସିପି। ମଣ୍ଡପରେ ଓ ଭସାଣରେ ବ୍ୟବହୃତ ସାଉଣ୍ଡ ବକ୍ସ ୬୫ ଡେସିବେଲ୍ ଟପିବନି ବୋଲି ସ୍ପଷ୍ଟ କରିଛନ୍ତି। ଦୁଇ ଦିନ ପରେ ମା’ ଦୁର୍ଗାଙ୍କ ଉପାସନା ପାଇଁ ନବରାତ୍ରି ଆରମ୍ଭ ହୋଇଯିବ। ଦେବୀଙ୍କ ମନ୍ଦିର ଚଳଚଞ୍ଚଳ ହୋଇ ଉଠିବ। ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମନ୍ଦିର ଓ ପୀଠଗୁଡ଼ିକରେ ଭିଡ଼ ରହିବ। ଏଥି ପାଇଁ ଉଭୟ ମନ୍ଦିର ଓ ପୀଠଗୁଡ଼ିକରେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଂଚିଛି। ସେହିପରି  ଦୁର୍ଗାପୂଜା ପାଇଁ କମିସନରେଟ ପୁଲିସ ପକ୍ଷରୁ କଟକଣା ଲାଗୁ ହୋଇଯାଇଛି। ବ୍ୟାଣ୍ଡ, ଡିଜେ ଓ ମ୍ୟୁଜିକ ପାର୍ଟି ପାଇଁ କଟକଣା ଲାଗୁ କରାଯାଇଛି । ଲାଉଡ ସ୍ପିକର ସାଉଣ୍ଡ ୬୫ ଡେସିବିଲ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଭସାଣ ଶୋଭାଯାତ୍ରାରେ ଗୋଟିଏ ବ୍ୟାଣ୍ଡ ଓ ଗୋଟିଏ ମ୍ୟୁଜିକ ପାର୍ଟିକୁ ଅନୁମତି ଦିଆଯାଇଛି। ମ୍ୟୁଜିକ ପାର୍ଟି ୪ରୁ ୫ଟି ସାଉଣ୍ଡବକ୍ସ ବ୍ୟବହାର କରିପାରିବେ । ଏଥିପାଇଁ କଟକ ଓ ଭୁବନଶ୍ୱେର ଡିସିପିଙ୍କ ଠାରୁ ଅନୁମତି ନେବାକୁ ପଡିବ। ଶୋଭାଯାତ୍ରାରେ ୬ଟି ଟ୍ରଲିକୁ ଅନୁମତି ମିଳିବ । ଅମାନ୍ୟକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି କମିସନରରେଟ ପୁଲିସ ପକ୍ଷରୁ କୁହାଯାଇଛି |

Leave A Reply

Your email address will not be published.