Jai Odisha
News

ଭୁବନେଶ୍ଵର ଆଣିବା ପାଇଁ ଏକ ଏଜେନ୍ସିକୁ ଦାୟିତ୍ବ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର,୧୨ା୧: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରିୟ ବିମାନ ଡାକୋଟା ଖୁବଶୀଘ୍ର ଓଡ଼ିଶା ଫେରିବ । ଡାକୋଟା ବିମାନକୁ କୋଲକାତା ବିମାନ ବନ୍ଦରରୁ ଭୁବନେଶ୍ଵର ଆଣିବା ପାଇଁ ଏକ ଏଜେନ୍ସିକୁ ଦାୟିତ୍ବ ଦେଲେ ରାଜ୍ୟ ସରକାର । ଏହି ଏଜେନ୍ସି ଡାକୋଟା ବିମାନକୁ ଡିସମେଣ୍ଟାଲ କରି ସଡ଼କ ପଥରେ ଏହାକୁ ଭୁବନେଶ୍ଵର ଆଣିବ ।  କୋଲକାତା ବିମାନ ବନ୍ଦରରେ  ଡାକୋଟା ବିମାନ ଡିସମେଣ୍ଟାଲ ହୋଇସାରିଛି । ୧୪ ତାରିଖରେ ଏହା କୋଲକାତାରୁ ବାହାରି ୧୬ ତାରିଖରେ ଏହା ଭୁବନେଶ୍ଵର ପହଞ୍ଚିବ । ଏଠାରେ ପହଞ୍ଚିବା ପରେ ବିମାନ ବନ୍ଦରରେ ଥିବା ରାଜ୍ୟ ସରକାରଙ୍କ ହ୍ୟାଙ୍ଗରରେ ଡାକୋଟାକୁ ରିଆସେମ୍ୱଲ କରାଯିବ । ଡାକୋଟାର ଯେଉଁ ଅଂଶ ଖରାପ ହୋଇଯାଇଛି, ତାକୁ ମରାମତି କରିବା ପରେ ତାହାକୁ ଟର୍ମିନାଲ-୧ ସମ୍ମୁଖରେ ଇନଷ୍ଟଲ କରିବେ ରାଜ୍ୟ ସରକାର । କଲିକତାଠାରେ ଦୀର୍ଘବର୍ଷ ଧରି ରହିଥିବା ଡାକୋଟାକୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ରାଜ୍ୟକୁ ଅଣାଯିବ । ଐତିହାସିକ ଡାକୋଟା ରାଜ୍ୟକୁ ଫେରିବା ପରେ ରାଜ୍ୟବାସୀ ବିଜୁଙ୍କ ଅନେକ ଗୌରବମୟ ଇତିହାସ ସମ୍ପର୍କରେ ଅବଗତ ହୋଇ ପାରିବେ । ଡାକୋଟାକୁ ଏକ ସ୍ୱତନ୍ତ୍ର ଯାନରେ ଅଣାଯାଇ ରାଜଧାନୀ ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ସଂରକ୍ଷିତ କରି ରଖାଯିବ । ପାଖାପାଖି ୭୪ ଫୁଟ ଓ ୯୫ ଫୁଟର ଡେଣା ବିଶିଷ୍ଟ ଡାକୋଟାକୁ ରଖିବା ପାଇଁ ଭାରତୀୟ ବିମାନବନ୍ଦର ପ୍ରାଧିକରଣ (ଏଏଆଇ)ଙ୍କ ତରଫରୁ ରାଜ୍ୟ ସରକାରଙ୍କୁ ୧୧ ଏକର ଜମି ଯୋଗାଇ ଦିଆଯିବ ବୋଲି ପୂର୍ବରୁ କୁହାଯାଇଥିଲା ।

Leave A Reply

Your email address will not be published.