Jai Odisha
News

ଭୁବନେଶ୍ୱରରୁ ୭ ଲକ୍ଷ ଟଙ୍କା ଜାଲ୍ ନୋଟ୍ ଜବତ

ଭୁବନେଶ୍ଵର, ୦୨/୦୩ :ଆଜି ଭୁବନେଶ୍ୱରରୁ   ୭ ଲକ୍ଷ ଟଙ୍କା ଜାଲ୍ ନୋଟ୍ ଜବତ ହୋଇଛି । ଖାରବେଳ ନଗର ଅଞ୍ଚଳରୁ ଜବତ ହୋଇଛି ଜାଲ୍ ନୋଟ୍ । ଏହି ମାମଲାରେ ୨ ଜଣଙ୍କୁ ଗିରଫ କରିଛି ପୋଲିସ୍ । ଜବତ ସମସ୍ତ ଜାଲ୍ ନୋଟ୍ ୨ ଶହ ଟଙ୍କିଆ ହୋଇଥିବା ସୂଚନା ମିଳିଛି । ଏହା ସହ ନକଲି ନୋଟ୍ କାରବାର ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ। ଏନେଇ ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି। ରାଜଧାନୀରେ ଜାଲ୍‌ ନୋଟ୍‌ କାରବାର ନେଇ ପୋଲିସକୁ ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଥିଲା । ଏହା ପରେ କମିଶନରେଟ୍ ପୋଲିସ ସୂଚନା ଆଧାରରେ ଖାରବେଳନଗର  ଥାନା ଅଞ୍ଚଳରେ ଚଢାଉ କରିଥିଲା । ଏହି ଚଢାଉରେ ୭ ଲକ୍ଷ ଟଙ୍କାର ୨୦୦ ଟଙ୍କିଆ ନକଲି ନୋଟ୍ ଜବତ କରିଛି ପୋଲିସ । ଏହାସହିତ ନକଲି ନୋଟ କାରବାର ଅଭିଯୋଗରେ ୨ଜଣଙ୍କୁ ଗିରଫ କରିଛି ପୋଲିସ । ୨ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚୁରା କରୁଛି ପୋଲିସ।

Leave A Reply

Your email address will not be published.