Jai Odisha
News

ଭୁବନେଶ୍ୱରରେ ବାଇକ୍ ସହ ଜୀଅନ୍ତା ଜଳିଗଲେ ଯୁବକ

ଭୁବନେଶ୍ୱର ,୨୭/୦୬: ରାଜଧାନୀରେ  ଗତକାଲି ବିଳମ୍ବିତ ରାତିରେ ଆଚାର୍ଯ୍ୟବିହାର ଫ୍ଲାଏଓଭର ମହାରାଜା ଫିଲ୍ମ ହଲ୍ ନିକଟରେ  ଅଘଟଣ ଘଟିଛି। ବାଇକ୍ ସହ ଜଳି ଗଲେ ଯୁବକ । ରାଜପଥରେ ଜଣେ ଯୁବକଙ୍କ ସହ ତାଙ୍କ ବାଇକ୍ ଜଳିଯାଇଥିବା ଦେଖିବାକୁ ମିଳିଛି । ମେଡିକାଲରେ ଯୁବକଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ମୃତକ ଯୁବକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ । ଆଜି ଶବ ବ୍ୟବଚ୍ଛେଦ ପରେ କାରଣ ଜଣାପଡିବ । ତେବେ ରାତି ପ୍ରାୟ ସାଢ଼େ ୧୨ଟାରେ ଏହି ଘଟିଛି ଘଟଣା । ଯୁବକଙ୍କୁ କେହି ଜାଣିଶୁଣି ହତ୍ୟା କରିଥିବା ଅନୁମାନ କରାଯାଉଛି । ଗାଡ଼ିଟି କଟକ ଆରଟିଓ ରେଜିଷ୍ଟ୍ରେସନ ହୋଇଥିବାରୁ ଯୁବକ ଜଣଙ୍କ କଟକର ହୋଇଥିବା ଅନୁମାନ କରାଯାଉଛି । ଏହାସହ ଯୁବକଙ୍କ ପରିଚୟ ମିଳିପାରିନି । ପୋଲିସ ପୋଡା ବାଇକ ଜବତ କରିବା ସହ ଯୁବକଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ସେହିପରି ସେହି ସ୍ଥାନର ରାସ୍ତାର ଅପରପାର୍ଶ୍ୱରେ ଆଉ ଏକ ଦୁର୍ଘଟଣା ଘଟିଛି । ଏକ ଦ୍ରୁତଗାମୀ ହାଇୱା ଧକ୍କାରେ ଏକ ଟାଟା ଏସ୍‌ରେ ଥିବା ଜଣେ ବାଳକ ସମେତ ୩ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ନିମନ୍ତେ କ୍ୟାପିଟାଲ ହସ୍ପିଟାଲ ପଠାଯାଇଛି । ଘଟଣାସ୍ଥଳରେ ସହିଦନଗର ଥାନା ପୋଲିସ ଏବଂ ଦମକଳବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିବା ସୂଚନା ମିଳିଛି ।  ଯୁବକଙ୍କୁ ବାଇକ ସହ ଜଳୁଥିବା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଗ ଖବର ଦେଇଥିଲେ । ଶରୀରର ୮୦ ପ୍ରତିଶତ ଯୁବକଙ୍କର ଜଳି ଯାଇଥିବା ଯୋଗୁଁ ଯୁବକ ଜଣଙ୍କର ମୃତ୍ୟୁ ହୋଇଛି । ମୃତଦେହ ଜବତ କରି ଶବ ବ୍ୟବଛେଦ ପାଇଁ ପଠାଇଛି ସହିଦ ନଗର ଥାନା ପୋଲିସ । ଏହା ସହ ନିକଟରେ ଲାଗିଥିବା ସିସିଟିଭି ଫୁଟେଜ ସଂଗ୍ରହ କରିବାରେ ଲାଗିପଡିଛି ପୋଲିସ ।

Leave A Reply

Your email address will not be published.