Jai Odisha
News

ଭୁବନେଶ୍ୱରରେ ହେବ ସୂର୍ଯ୍ୟକିରଣ ଶୋ’, ବାୟୁସେନା ପକ୍ଷରୁ ବ୍ୟାପକ ବ୍ୟବସ୍ଥା

ଭୁବନେଶ୍ବର,୧୫/୦୯:  ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ ଉପଲକ୍ଷେ ଉଭୟ ଭୁବନେଶ୍ୱର ଏବଂ ପୁରୀରେ ବାୟୁସେନା ପକ୍ଷରୁ ଏୟାର ସୋ’ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି ଏୟାର ସୋ’ର ନାମ ‘ସୂର୍ଯ୍ୟକିରଣ’ ରଖାଯାଇଛି । ଆସନ୍ତା ୧୬ ତାରିଖରେ ଭୁବନେଶ୍ୱରସ୍ଥିତ କୂଆଖାଇ ନଦୀପଠା ବାଲିଯାତ୍ରା ପଡ଼ିଆରେ ଏହି ସୋ’ ହେବାକୁ ଥିବା ବେଳେ ପୁରୀରେ ୧୮ ତାରିଖରେ ଏହି ଏୟାର ସୋ’ ହେବ। ଏୟାର ସୋ’ ପାଇଁ କୂଆଖାଇ ନଦୀପଠାରେ ପୂର୍ବ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଅନେକ ମାନ୍ୟଗଣ୍ୟ ବ୍ୟକ୍ତି, ବାୟୁସେନାର ସ୍ୱତନ୍ତ୍ର ଅଫିସରମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଉଥିବାରୁ ସ୍ୱତନ୍ତ୍ର ପ୍ରସ୍ତୁତି ଚାଲିଛି। କାର୍ଯ୍ୟକ୍ରମରେ ଯେମିତି କୌଣସି ବାଧା ନ ଉପୁଜେ ତାକୁ ଦୃଷ୍ଟିରେ ରଖି କମିସନେରଟ ପୁଲିସ ପକ୍ଷରୁ ବାୟୁସେନା ଅଧିକାରୀମାନଙ୍କ ସହ ଆଲୋଚନା ମଧ୍ୟ ଜାରି ରହିଛି। ସୁରୁଖୁରୁରେ ଏହି ଏୟାର ସୋ’ କେମିତି ହେବ ତାର ତଦାରଖ କରିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ। ଆସନ୍ତାକାଲି ଭୁବନେଶ୍ୱର କୂଆଖାଇ ପଠା ବାଲିଯାତ୍ରା ପଡ଼ିଆରେ ବାୟୁସେନା ପକ୍ଷରୁ ସୂର୍ଯ୍ୟକିରଣ ଶୋ’ ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ୧୧ ପର୍ଯ୍ୟନ୍ତ ଏହି ଶୋ’ ଚାଲିବ। ଏଥିପାଇଁ ବାୟୁସେନା ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଭୁବନେଶ୍ୱର ବାଲିଯାତ୍ରା ପଡ଼ିଆରେ ବାୟୁସେନା ପକ୍ଷରୁ ମ୍ୟାପିଂ କରାଯିବା ସହ ପଡ଼ିଆର ଅନୁଧ୍ୟାନ କରାଯାଇଛି। ବାଲିଯାତ୍ରା ପଡ଼ିଆରେ ୧୨ଶହ ଲୋକ ଦେଖିବା ଭଳି ବ୍ୟବସ୍ଥା କରାଯାଇଥିବା ବେଳେ ପ୍ରାୟ ୫୦ ହଜାର ଲୋକ ସୂର୍ଯ୍ୟକିରଣ ଶୋ’ ଏଠି ଦେଖିପାରିବେ। ୨ଟି ହକ୍ ବିମାନ ଆକାଶ ମାର୍ଗରେ ମ୍ୟାପିଂ କରୁଛନ୍ତି।  ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂର୍ଯ୍ୟକିରଣ ଶୋ’ ଦେଖିବାକୁ କୂଆଖାଇ ପଠା ବାଲିଯାତ୍ରା ପଡ଼ିଆକୁ ଆସିବେ ବୋଲି ସୂଚନା ମିଳିଛି। ଏୟାର ଶୋ’ ପାଇଁ କୁଆଖାଇ ନଦୀର ଉଭୟ ପାର୍ଶ୍ୱରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୨୦ ପ୍ଲାଟୁନ୍ ଫୋର୍ସ ସହ ଶହେରୁ ଅଧିକ ବଛା ବଛା ଅଫିସର ନିୟୋଜିତ ରହିବେ ବୋଲି  ପୋଲିସ କମିଶନର କହିଛନ୍ତି।

 

Leave A Reply

Your email address will not be published.