Jai Odisha
News

ଭୁବନେଶ୍ୱରର ବାର୍‌ରେ ଭଙ୍ଗାରୁଜା,୩୪ ଜଣଙ୍କ ଗିରଫ

ଭୁବନେଶ୍ୱର,୯।୧: ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ସ୍ଥିତ ଏକ ବାରରେ କିଛି ଦୁବୃତ୍ତ ଭଙ୍ଗାରୁଜା କରିଛନ୍ତି । ହକି ବିଶ୍ୱକପ୍ ପାଇଁ କମିଶନରେଟ ପୋଲିସ୍‌ ପକ୍ଷରୁ କଡ଼ା ପହରା ଚାଲି ଥିବାବେଳେ ଏଭଳି ଘଟଣା ଏବେ ଚର୍ଚ୍ଚାକୁ ଆସିଛି। ଏହି ଘଟଣାରେ ପୋଲିସ୍‌ ୩୪ ଜଣଙ୍କୁ ଗିରଫ କରି ଖୋଳତାଡ଼ ଚଳାଇଛି। ଏହାସହ ଏକ ବସ୍ ମଧ୍ୟ ଜବତ କରାଯାଇଛି।  ଏଥିସହିତ ଏହି ଭଙ୍ଗାରୁଜା ପାଇଁ ଅଭିଯୁକ୍ତମାନେ ବ୍ୟବହାର କରିଥିବା ଏକ ବସ୍ କୁ ମଧ୍ୟ ପୋଲିସ ଜବତ କରିଛି । ଏତତ୍ ବ୍ୟତୀତ ଏହି ଘଟଣାରେ ସମ୍ପକୃଥିବା ଅନ୍ୟ ଅଭିଯୁକ୍ତଙ୍କୁ ପୋଲିସ୍ ଖୋଜୁଥିବା ଜଣାପଡିଛି । ତେବେ ଚନ୍ଦ୍ରଶେଖରପୁର ବାରରେ ଯେଉଁ ଭଙ୍ଗାରୁଜା ହୋଇଛି ସେଥିରେ ଇଂଜିନିୟରିଂ , ଏମବିଏ ଛାତ୍ରଙ୍କ ସମୃକ୍ତି ଥିବା ଏସପି ସୂଚନା ଦେଇଛନ୍ତି । ବାରରେ ଏହି ଭଙ୍ଗାରୁଜା କାହିଁକି ହୋଇଛି ଏବଂ ଏଥିରେ ଆଉ କିଏ କିଏ ସାମିଲ ଅଛନ୍ତି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡି ନାହିଁ । ଅନ୍ୟପକ୍ଷେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି

Leave A Reply

Your email address will not be published.