Jai Odisha
News

ଭୁବନେଶ୍ୱର ଆକାଶରେ ନିଜ ଶକ୍ତି ଓ ସାମର୍ଥ୍ୟ ପ୍ରଦର୍ଶନ କରିବେ ବାୟୁ ସେନା

ଭୁବନେଶ୍ୱର,୧୬/୦୯: ଭୁବନେଶ୍ୱର ଆକାଶରେ ନିଜ ଶକ୍ତି ଓ ସାମର୍ଥ୍ୟ ପ୍ରଦର୍ଶନ କରିବେ ବାୟୁ ସେନା। ଶହ ଶହ ଲୋକ ବାୟୁ ବୀରଙ୍କ ଏହି ଜଲ୍‌ୱା ଦେଖିବେ। ଆଉ କିଛି ଘଣ୍ଟା ପରେ ଭୁବନେଶ୍ୱର କୁଆଖାଇ ପଠା ବାଲିଯାତ୍ରା ପଡ଼ିଆରେ ବାୟୁସେନା ପକ୍ଷରୁ ସୂର୍ଯ୍ୟକିରଣ ଶୋ’ ହେବ। ନୀଳ ଆକାଶରେ ଏପରି ଚିତ୍ତାକର୍ଷକ ଏୟାର ସୋର ରିହର୍ସାଲ ଦେଖାଇଛନ୍ତି ବାୟୁସେନାର ଲଢୁଆ ହକ ବିମାନ। ଶୁକ୍ରବାର ସକାଳ ୧୦ଟାର କୁଆଖାଇ ନଦୀ ପଠାରେ ବାୟୁସେନା ଏପରି ଚୂଡାନ୍ତ ରଣ କୌଶଳ ଦେଖାଇବ । ଏଥିରେ ରାଜ୍ୟପାଳଙ୍କ ସହ ବହୁ ବରିଷ୍ଠ ଅଧିକାରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ୯ଟି ହକ୍ ବିମାନରେ ଚିତ୍ତାକର୍ଷକ ଶୋ’ ପ୍ରଦର୍ଶନ କରାଯିବ। ସକାଳ ୧୦ଟାରୁ ୧୧ ପର୍ଯ୍ୟନ୍ତ ଏହି ଶୋ’ ଚାଲିବ।  ଏଥିପାଇଁ ବାୟୁସେନା ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ବାଲିଯାତ୍ରା ପଡ଼ିଆ ଓ ଏହାର ଆଖପାଖ ଅଞ୍ଚଳରେ ପ୍ରାୟ ୫୦ ହଜାର ଲୋକ ଏହି ସୂର୍ଯ୍ୟକିରଣ ଶୋ’ ଦେଖିବେ।  ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂର୍ଯ୍ୟକିରଣ ଶୋ’ ଦେଖିବାକୁ କୁଆଖାଇ ପଠା ବାଲିଯାତ୍ରା ପଡ଼ିଆକୁ ଆସିବେ। ଅନ୍ୟପକ୍ଷେ, ଏୟାର ଶୋ’ ପାଇଁ କୁଆଖାଇ ନଦୀର ଉଭୟ ପାର୍ଶ୍ୱରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଓଡ୍ରାଫ୍ ଟିମ୍ ସହ ୪୫ ସେକ୍‌ସନ୍ ଫୋର୍ସ ମୁତୟନ କରାଯାଇଛି। ସୂର୍ଯ୍ୟକିରଣ ସୋ ଦେଖିବାକୁ କୂଆଖାଇ ବାଲିଯାତ୍ରା ପଡିଆରେ ଥିଲା ଶତାଧିକ ଲୋକଙ୍କ ଗହଳି । ଦୀର୍ଘ ବର୍ଷ ପରେ ଏହି ଚିତ୍ତାକର୍ଷକ ଏୟାର ସୋ ହେଉଥିବା ବେଳେ ଲୋକମାନଙ୍କ ମଧ୍ୟରେ ଉତ୍ସାହ ବେଶ ବାରି ହୋଇ ପଡ଼ୁଥିଲା । ଆଜିର ରିହର୍ସାଲକୁ ମନଭରି ଉପଭୋଗ କରିଥିଲେ ଲୋକେ । ପୁଲିସ ପକ୍ଷରୁ ମଧ୍ୟ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ନିଜେ ଡିସିପି ପ୍ରତୀକ ସିଂ, ବାୟୁ ସେନାର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଆସନ୍ତାକାଲି ଚୂଡାନ୍ତ ଏୟାର ସୋ ହେବ ।

 

Leave A Reply

Your email address will not be published.