Jai Odisha
News

ଭୁବନେଶ୍ୱର କ୍ଲବର ସଭାପତି ଭାବେ ନିର୍ବାଚିତ ହେଲେ ଅସିତ ତ୍ରିପାଠୀ

ଭୁବନେଶ୍ୱର୨୫।୦୯:  ରାଜଧାନୀର ପ୍ରତିଷ୍ଠିତ ଭୁବନେଶ୍ୱର କ୍ଲବର ନିର୍ବାଚନ ଫଳାଫଳ ସାମ୍ନାକୁ ଆସିଛି । ଭୁବନେଶ୍ୱର କ୍ଲବର ସଭାପତି ପଦ ପାଇଁ ଦୁଇ ପୂର୍ବତନ ଆଇଏଏସ ଅଧିକାରୀ ଅସିତ ତ୍ରିପାଠୀ ଓ ସତ୍ୟ ପ୍ରକାଶ ନନ୍ଦଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଥିଲା । ତେବେ ଶେଷରେ ବାଜି ମାରିନେଇଛନ୍ତି ଅସିତ ।ଅସିତ ପୂର୍ବରୁ ଭୁବନେଶ୍ୱର କ୍ଲବର ସଭାପତି ଥିବା ବେଳେ ଏବେ ସେ ପୁନର୍ବାର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ଗତ ବର୍ଷ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ଅସିତ ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ଏବେ କ୍ରମାଗତ ଦ୍ୱିତୀୟ ଥର ପାଇଁ ଜିତିବା ପରେ ଅସିତ ନିଜର ଦ୍ୱିତୀୟ ଇନିଂସ ଆରମ୍ଭ କରିବେ । ଅସିତ ପୂର୍ବରୁ ଚିଫ୍ ସେକ୍ରେଟାରୀ, ଉନ୍ନୟନ କମିସନର ଭାବେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଥିଲେ । ସେହିପରି ସତ୍ୟ ପ୍ରକାଶ ପୂର୍ବରୁ ଉନ୍ନୟନ କମିସନର ଓ ଓଇଆରସିର ଚେୟାରମ୍ୟାନ ପଦବୀରେ ରହିଥିଲେ ।  ସେହିପରି ଉପସଭାପତି ଭାବେ ମହେନ୍ଦ୍ର ଗୁପ୍ତା ବିଜୟ ଲାଭ କରିଛନ୍ତି ।  ସେହିପରି ବରିଷ୍ଠ ପ୍ରଶାସକ ଦିଲ୍ଲୀପ ରାଉତରାୟ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି ଏବଂ ଯୁଗ୍ମ ସମ୍ପାଦକ ଭାବେ ଅଶୋକ ମିଶ୍ର ନିର୍ବାଚିତ ହୋଇଛନ୍ତି । ସଭାପତି ନିର୍ବାଚନ ବିଜୟୀ ହେବାପରେ ଅସିତ ତ୍ରିପାଠୀ କହିଛନ୍ତି ଗତ ବର୍ଷକ ଭିତରେ କ୍ଳବର ଉନୟନ କାମ ପାଇଁ ଆମ ଟିମ୍ କୁ ଭୋଟ ମିଳିଛି । ସଂପାଦକ ଭାବେ ନିର୍ବାଚିତ ହୋଇଥିବା ଆଇଏ ଏସ ଅଧିକାରୀ ଦିଲ୍ଲୀପ ରାଉତରାୟ କହିଛନ୍ତି ଏହା ଆମ ସଭାପତିଙ୍କ ବିଜୟ । ଗତ ବର୍ଷକ ଭିତରେ କ୍ଲବରେ ଭିତିଭୂମି ବିକାଶ, କ୍ଲବର ଟ୍ରାନ୍ସଫରମେସନ୍ ହୋଇଛି, ତାକୁ ଆଗକୁ ନେବୁ ବୋଲି ଭୁବନେଶ୍ବର କ୍ଲବ୍ ସଂପାଦକ କହିଛନ୍ତି ।

Leave A Reply

Your email address will not be published.