Jai Odisha
News

ଭୁବନେଶ୍ୱର ପଟିଆରେ ଅନୁଷ୍ଠିତ ହୋଇ ଯାଇଛି”ପ୍ରଥମ ଖୋର୍ଦ୍ଧା ଜିଲ୍ଲା ପେନ୍ସକ୍ ସିଲଟ ଚାମ୍ପିଅନସିପ

ଭୁବନେଶ୍ୱରର ପଟିଆରେ ଅନୁଷ୍ଠିତ ହେଇ ଯାଇଛି”ପ୍ରଥମ ଖୋର୍ଦ୍ଧା ଜିଲ୍ଲା ପେନ୍ସକ୍ ସିଲଟ ଚାମ୍ପିଅନସିପ । ଏହି ପ୍ରତିଯୋଗିତା ଫେବୁଆରି ୧୧ ତାରିଖ ରେ ଅନୁଷ୍ଠିତ ହୋଇଥିଲା।ଏହି ଚାମ୍ପିଅନସିପ ରେ ଅଂଶ ଗ୍ରହଣ କରିବାକୁ ସୁଯୋଗ ପାଇଛନ୍ତି ଖୋର୍ଦ୍ଧା ର ଖେଳାଳି ମାନେ । ଏହି ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଖୋର୍ଦ୍ଧା ରୁ ୭୨ଜଣ ପ୍ରତିଭାବାନ ପିଲା ମାନେ ଅଂଶ ଗ୍ରହଣ କରିଥଲେ। ଏହି ପ୍ରତିଯୋଗିତାରେ ଖୋର୍ଦ୍ଧା ର ଖେଳାଳି ମାନେ ୨୪ ଟି ସ୍ବର୍ଣ୍ଣ,୯ ଟି ରୋପ୍ୟ ଓ ୧୦ ଟି କାଂସ୍ୟ ପଦକ ଜିତିଛନ୍ତି।ଖେଳାଳି ମାନେ ଆଗକୁ ଓଡ଼ିଶା ପାଇଁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତର ରେ ମେଡାଲ ଆଣିବେ ବୋଲି ଦୃଢ ଆଶା ରଖିଛନ୍ତି। ଏହି ପ୍ରତିଯୋଗିତା ରେ ଅନନ୍ଦିତା ପାତ୍ର,ପ୍ରକାଶ ବେହେରା, ରଞ୍ଜିତ ନାୟକ, ଶ୍ରୀତମ ସାହୁ, ସିଦ୍ଧାର୍ଥ ସାହୁ ରେଫ୍ରୀ ଭାବରେ ଦାୟିତ୍ଵ ତୁଲାଇଥିଲେ ଓ ପେନ୍ସକ୍ ସିଲଟ ଆସୋସିଏସନ ଖୋର୍ଦ୍ଧା”ର ସଭାପତି ଶ୍ରୀ ସାରଦା ପ୍ରସନ୍ନ ଦାସ, ଉପସଭାପତି ଶ୍ରୀ ଦେବାଶିଷ ମହାପାତ୍ର, ସୂବ୍ରଜିତ୍ ଜେନା, ସତ୍ୟ ପ୍ରିୟ ପାତ୍ର, ବିମଳ କୁମାର ସାହୁ , ନବ କିଶୋର ପାଇକରାୟ ,ସାଧାରଣ ସମ୍ପାଦକ ଶ୍ରୀ ଜିତେନ୍ଦ୍ର କୁମାର ରାଉତ, ସହ ସମ୍ପାଦକ ପ୍ରକାଶ ବେହେରା ଓ ପୂର୍ଣ୍ଣ ଚନ୍ଦ୍ର ମହାରଣା, ମୁଖ୍ୟ ଉପଦେଷ୍ଟା ତଥା ଜୟ ଓଡ଼ିଶା ସଭାପତି ଶ୍ରୀଯୁକ୍ତ ରୁଦ୍ର ନାରାୟଣ ସାମନ୍ତରାୟ, ଶ୍ରିତାଂଶୁ ଦିୱେଦି , ଦେବାଶିଷ ସୁନ୍ଦରାୟ, ବ୍ୟକ୍ତିଗତ ଉପଦେଷ୍ଟା ଶ୍ରୀ ବିଶ୍ଵନାଥ ସ୍ୱର୍ନାକର , କ୍ୟାସିୟର ଜଗନ୍ନାଥ ସାହୁ, ଆଲୋକ ଗୋଛାୟତ,ସିଦ୍ଧାର୍ଥ ସାହୁ,ବୁଲୁ ଚଂପତି, ପ୍ରତ୍ୟୁଷ ଭଞ୍ଜ, ଜିତେନ୍ଦ୍ର ନନ୍ଦ , ଜଗନ ଲେଙ୍କା ଆଦି ସମସ୍ତ ପ୍ରତିଯୋଗୀଙ୍କୁ ଶୁଭକାମନା ଜଣାଇଛନ୍ତି।

Leave A Reply

Your email address will not be published.