Jai Odisha
News

ଭୁବନେଶ୍ୱର ପିଜିଏଲ୍ ହୋଣ୍ଡା ସୋ’ ରୁମରେ ଅଗ୍ନିକାଣ୍ଡ

ଖଣ୍ଡଗିରି,୨୬।୧୨: ଭୁବନେଶ୍ୱର ପିଜିଏଲ୍ ସୋ’ ରୁମରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଜଣା ପଡ଼ିଛି । ସଟସର୍କିଟ ଯୋଗୁଁ ଏଭଳି ଅଭାବନୀୟ ଘଟଣା ଘଟିଥିବା ସନ୍ଦେହ କରାଯାଉଛି । ନିଆଁ ଲାଗି ଧୂଆଁମୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ତେବେ ସୋ’ ରୁମ ନିକଟରେ ଅଗ୍ନିଶମ ପ୍ରଶିକ୍ଷଣ କେନ୍ଦ୍ର ରହିଥିବାରୁ ଘଟଣାସ୍ଥଳରେ ଉପସ୍ଥିତ ସାଧାରଣ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ।ବରମୁଣ୍ଡା ଫାୟାର ଷ୍ଟେସନ୍‌ ଛକ ନିକଟରେ ଥିବା ପିଜିଏଲ୍‌ ହୋଣ୍ଡା ସୋ’ ରୁମ୍‌ରେ ଆଜି ଅପରାହ୍ଣ‌‌‌‌ରେ ଅଗ୍ନିକାଣ୍ଡ ଘଟିଛି। ସୋ’ ରୁମ୍‌ରେ ୱେଲଡିଙ୍ଗ କାମ ଚାଲିଥିଲା ବେଳେ ନିଆଁ ଲାଗି ଯାଇଥିଲା। ନିଆଁ ଲାଗିବା କ୍ଷଣି ସେଠାରେ କାର୍ଯ୍ୟରତ କର୍ମଚାରୀ ତୁରନ୍ତ ସଂପୂର୍ଣ୍ଣ କୋଠାର କରେଣ୍ଟକୁ ବନ୍ଦ କରି ଦେଇଥିଲେ।ସୂଚନା ପାଇ ନିକଟରେ ଥିବା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସୋ’ରୁମ୍‌ କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ବଡ଼ଧରଣର ଅଘଟଣକୁ ଟାଳି ଦିଆଯାଇପାରିଥିଲା ବୋଲି ଡିଏଫ୍‌ଓ ପ୍ରକାଶ ଜେନା କହିଛନ୍ତି। ଅପରପକ୍ଷେ କୌଣସି କ୍ଷୟକ୍ଷତି ହୋଇ ନଥିବା ସୋ’ରୁମ୍ ମ୍ୟାନେଜର୍‌ ଶେଖ୍‌ ସଲମତ କହିଛନ୍ତି।

Leave A Reply

Your email address will not be published.