Jai Odisha
News

ଭୁବନେଶ୍ୱର ପେନ୍ ହସ୍ପିଟାଲ୍‌ରେ ଅଗ୍ନିକାଣ୍ଡ

ଭୁବନେଶ୍ୱର,୨୨।୫ : ମାଷ୍ଟର କ୍ୟାଣ୍ଟିନ ଛକରେ ଥିବା ପେନ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି । ସର୍ଟ ସର୍କିଟରୁ ଭୟବହ ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି । ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଏଥିରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳି ନଷ୍ଟ ହୋଇଥିବା ସୂଚନା ମିଳିଛି ।ନିଆଁ ଲିଭାଇବା ପାଇଁ ତୁରନ୍ତ ଦମକଳବାହିନୀକୁ ଖବର ଦିଆଯାଇଥିଲା। ଖବର ପାଇ ସେଠାରେ ୨ଟି ନିଆଁ ଲିଭା ଗାଡ଼ି ପହଞ୍ଚିଥିଲେ। ନିଆଁ ଲିଭା କାର୍ଯ୍ୟରେ ୨ଟି ଅଗ୍ନିଶମ ଗାଡ଼ି ନିୟୋଜିତ ହୋଇଥିଲେ। ଦୀର୍ଘ ୩ଘଣ୍ଟା ପରିଶ୍ରମ ପରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ। ସର୍ଟସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି ବୋଲି ସୂଚନା ମିଳିଛି।

Leave A Reply

Your email address will not be published.