Jai Odisha
News

ଭୁବନେଶ୍ୱରରେ ହକି ବିଶ୍ୱକପ୍‍ ପାଇଁ ନିୟୋଜିତ ହେବେ ୫୦ ପ୍ଲାଟୁନ୍‍ ଫୋର୍ସ

ଭୁବନେଶ୍ୱର ,,୨୮।୧୨: ହକି ବିଶ୍ୱକପ୍‍ ପାଇଁ ଜୋର୍‍ଦାର ପ୍ରସ୍ତୁତି ଚାଲିଛି । ହକି ବିଶ୍ୱକପ୍‍ ସୁରକ୍ଷାକୁ ଦୃଷ୍ଟିରେ ରଖି କମିଶନରେଟ୍‍ ପୁଲିସ୍‍ ପକ୍ଷରୁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱରଠାରେ ଅନୁଷ୍ଠିତ ଏହି ବୈଠକରେ ଡିସିପି ପ୍ରତୀକ ସିଂ କହିଛନ୍ତି, ୫୦ ପ୍ଲାଟୁନ୍‍ ଫୋର୍ସ୍‍କୁ ଭୁବନେଶ୍ୱରରେ ନିୟୋଜିତ ରଖାଯିବ । ଖେଳାଳି ରହୁଥିବା ହୋଟେଲ୍‍ରେ ୨୪ ଘଣ୍ଟିଆ ପୁଲିସ୍‍ ମୁତୟନ ରହିବେ । ପୁଲିସ୍‍ ପକ୍ଷରୁ ହେଲ୍ପ ଡେସ୍କ ଖୋଲାଯିବାକୁ ନିଷ୍ପତ୍ତି ନିଆଯାଇଛି ।  ରାଜଧାନୀରେ ହକି ଫିଭର । ହକି ମହାକୁମ୍ଭ ପାଇଁ ସଜେଇ ହୋଇଛି ରାଜଧାନୀ ଭୁବନେଶ୍ବର । ଏହାରି ଭିତରେ ଓଡ଼ିଶାରେ ପହଞ୍ଚିଛନ୍ତି ଭାରତୀୟ ହକି ଟିମ୍ । ତେବେ ହକି ବିଶ୍ବକପ ପାଇଁ ଆଜି ସୁରକ୍ଷା ସମୀକ୍ଷା କରାଯାଇଛି । CISF, ଏୟାରପୋର୍ଟ ଅର୍ଥରିଟି ଓ ଭୁବନେଶ୍ବର DCP ସୁରକ୍ଷା ସମୀକ୍ଷା କରିଛନ୍ତି  । ବିଶ୍ବକପ ପାଇଁ ରାଜଧାନୀରେ ମୁତୟନ ହେବେ ୫୦ ପ୍ଲାଟୁନ ଫୋର୍ସ । ୩ ତାରିଖରୁ ଏୟାରପୋର୍ଟରେ ପୋଲିସ କ୍ୟାମ୍ପ କରିବ । କଣ୍ଟ୍ରୋଲ ରୁମ ସହ କନେକ୍ଟ ହେବ ସମସ୍ତ ଥାନା । ଟ୍ରାଫିକ, ପାଇଲଟିଂ, ହୋଟେଲ ଉପରେ ପୋଲିସ ରଖିବ କଡା ନଜର । ୧୬ ଦିନ ଧରି ଚାଲିବାକୁ ଥିବା ବିଶ୍ବକପ ପାଇଁ ପୂର୍ବ ଥର ଅପେକ୍ଷା ଅଧିକ ଭିଆଇପି, ଭିଭିଆଇପି, ବିଦେଶୀ ଦର୍ଶକ ଯୋଗଦେବେ ।  ଏହାକୁ ଦୃଷ୍ଟିରେ ରଖି ୫୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ଯେହେତୁ ସୁନ୍ଦରଗଡ଼ ଓ ଭୁବନେଶ୍ବରରେ ମ୍ୟାଚ ହେବାକୁ ଯାଉଛି ସେଥିପାଇଁ ଆସନ୍ତା ୩ ତାରିଖରୁ ୨ ପ୍ଲାଟୁନ ଫୋର୍ସ ଏୟାରପୋର୍ଟରେ କ୍ୟାମ୍ପ କରି ରହିବେ । ପ୍ରିପେଡ ଟ୍ୟାକ୍ସିର କାଗଜପତ୍ର, ଡ୍ରାଇଭର ପରିଚୟପତ୍ର ଆଜିଠାରୁ ଯାଞ୍ଚ ହେବ । ହୋଟେଲ ସୁରକ୍ଷା ବ୍ୟବସ୍ଥା ସାଙ୍ଗକୁ ପ୍ରତେକ ଯାତ୍ରୀଙ୍କ ଡାଟାବେସ୍ ପୋଲିସ କମିଶନରେଟ ପୋଲିସ ପାଖରେ ରହିବ । ସେହିପରି ଟ୍ରାଫିକ ସମସ୍ୟାକୁ ରୋକିବା ପାଇଁ ୫ ଡ଼ିଏସପି ର୍ୟାଙ୍କ ଅଫିସରଙ୍କୁ ଦାୟିତ୍ବ ଦିଆଯାଇଛି । ବେଆଇନ ପାର୍କିଂ, ବେଆଇନ ଭେଣ୍ଡିଂ ଉପରେ ନଜର ରଖିବେ ଅଧିକାରୀ । ବିଏମସି ଏଭିକ୍ସନ ଟିମ ସହିତ ସେମାନେ ରହିବେ । ରାସ୍ତାରେ ଅନଧିକାର ଭାବେ ଗାଡି ରହିଲେ ଟୋଇଁ କରାଯିବ । ଆମ୍ବୁଲାନ୍ସ ପାଇଁ ଗ୍ରୀନ କରିଡର ହେବ। ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଭୁବନେଶ୍ବର ସଜେଇ ହେଉଥିବା ବେଳେ ବିମାନବନ୍ଦର ପରିସରରେ ମଧ୍ୟ ସ୍ୟାଣ୍ଡ ଆର୍ଟ, ସେଲ୍ଫି ପଏଣ୍ଟ, ପେଣ୍ଟି ଆଦିର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ବିମାନ ବନ୍ଦର ନିର୍ଦ୍ଦେଶକ ।

Leave A Reply

Your email address will not be published.