Jai Odisha
News

ଭୁବନେଶ୍ୱର AIIMSକୁ ସ୍ଥାନାନ୍ତର ହେଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ

ଭୁବନେଶ୍ୱର,୩ ।୧:  ସାସଂଦ ପ୍ରତାପ ଷଡ଼ଙ୍ଗୀ ଛାତିରେ ଯନ୍ତ୍ରଣା ହେବାରୁ ଆଇସିୟୁରେ ଭର୍ତ୍ତି ହୋଇଥିଲେ । ଅସୁସ୍ଥ ଥିବା କଥା କାଲି ପ୍ରକାଶ ପାଇଥିଲା । ଅସୁସ୍ଥ ହୋଇଥିବାରୁ ତାଙ୍କୁ ବାଲେଶ୍ୱର ଏଫଏମ୍ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛିି ।     ଦୁର୍ବଳ ଅନୁଭବ କରିବାରୁ ସେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କୁ ନିମୋନିଆ ହେଇଥିବା ସୂଚନା ମିଳିଥିଲା । ଡାକ୍ତର ତାଙ୍କର ଚିକିତ୍ସା କରୁଥିଲେ କିନ୍ତୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ପରିବର୍ତ୍ତନ ନ ଆସିବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲକୁ ରେଫର କରାଯାଇଛି । ତେବେ ପୂର୍ବରୁ ମଧ୍ୟ ପ୍ରତାପ ଷଡ଼ଙ୍ଗୀଙ୍କର ହାର୍ଟ ସଜରୀ ହୋଇଥିଲା । ଆବଶ୍ୟକ ପଡ଼ିଲେ ତାଙ୍କର ଅଧିକ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି । ଆଜି ତାଙ୍କୁ ଭୁବନେଶ୍ବର ଏମ୍‌ସକୁ ଅଧିକ ଚିକିତ୍ସା ପାଇଁ ପଠାଯାଇଛି ।

Leave A Reply

Your email address will not be published.