Jai Odisha
News

ଭୁଶୁଡ଼ିଲା ଛତ୍ରବଜାର ପରିବା ମାର୍କେଟ ନିକଟ ପୋଲ

କଟକ,୯।୩  କଟକର ବହୁ ପୁରାତନ ଛତ୍ରବଜାର ପୋଲ ଭୁଶୁଡି ପଡିଛି। ପୋଲ ଦେଇ କେନାଲ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଚାଲିଥିଲା। ସେଥିପାଇଁ ପୋଲ ତଳେ କିଛି ଲୋକ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି।   ଖବର ପାଇ ତୁରନ୍ତ ଘଟଣା ସ୍ଥଳରେ ପୋଲିସ ଏବଂ ଓ ଡ୍ରାଫ୍ ଟିମ୍ ପହଁଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲା। ତିନି ଜଣଙ୍କୁ ଉଦ୍ଧାର କରାଯାଇ ଏସସିବି ମେଡିକାଲରେ ଭର୍ତ୍ତ କରାଯାଇଥିଲା। ତେବେ ବର୍ତ୍ତମାନ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି।  ଏହି ବ୍ରିଜ ଛତ୍ର ବଜାରକୁ ମାଲଗୋଦାମ ସହିତ ସଂଯୋଗ କରୁଥିବା ପୋଲ ଭୁଷୁଡି ପଡିଛି। ଡିସିପି ସୂଚନା ଦେଇଛନ୍ତି ଯେ ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିବ। ତେବେ ସ୍ଥାନୀୟ ଲୋକଙ୍କ କହିବା ମୁତାବକ ମାଟି ଅତଡା ତଲେ ପ୍ରାୟ ତିନି ଜଣ ଚାପି ହୋଇ ରହିଥିଲେ । ଜଣଙ୍କର ସ୍ୱାସ୍ଥ୍ୟବସ୍ଥା ଅତି ଗୁରୁତ୍ତର ଥିବାରୁ ତାଙ୍କୁ ଏସସିବିରେ ଭର୍ତ୍ତି କରାଯାଇଛି। ସେପଟେ ପୋଲ ଭୁଶୁଡ଼ିଥିବା ସ୍ଥାନରେ ପହଞ୍ଚିଛନ୍ତି କଟକ ଜିଲ୍ଲାପାଳ । ଘଟଣାକୁ ଅତ୍ୟନ୍ତ ଦୁଃଖଦକର କହିବା ସହ, ଏହାର ତଦନ୍ତ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ତଦନ୍ତ କିଏ କରିବ ସରକାର ନିଷ୍ପତ୍ତି ନେବେ କହିଲେ ଜିଲ୍ଲାପାଳ । ଯେଉଁମାନେ ଦାୟୀ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ।

 

Leave A Reply

Your email address will not be published.