Jai Odisha
News

ଭେଣ୍ଟିଲେଟରରେ ରାଜୁ ଶ୍ରୀବାସ୍ତବ

ନୂଆଦିଲ୍ଲୀ,୧୧/୦୮: ବଲିଉଡ ସିନେମାର ପ୍ରସିଦ୍ଧ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହୋଇଛି । ସୂଚନା ଅନୁସାରେ ରାଜୁ ଶ୍ରୀବାସ୍ତବଙ୍କୁ ଦିଲ୍ଲୀ ଏମ୍ସସ୍ଥିତ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଛି । ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବା ପରେ ତାଙ୍କୁ ଜରୁରୀକାଳୀନ ବିଭାଗରେ ଡାକ୍ତରମାନେ ସ୍ୱତନ୍ତ୍ର ନଜରରେ ରଖିଥିଲେ । କିନ୍ତୁ ପରେ ସିସିୟୁରେ ଭର୍ତ୍ତି କରାଯାଇଛି ।  ରାଜୁ ଶ୍ରୀବାସ୍ତବଙ୍କ ଏଞ୍ଜିୟୋଗ୍ରାଫି କରାଯାଇଛି, ଯେଉଁଥିରେ ୧୦୦ ପ୍ରତିଶତ ବ୍ଲକ ମିଳିଛି । ଡାକ୍ତରଙ୍କ କହିବା ଅନୁସାରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଅଧିକ ଗୁରୁତର ରହିଛି । ତେଣୁ ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଛି ।  ୫୮ ବର୍ଷୀୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କୁ ଟ୍ରେଡମିଲରେ ଦୌଡିବା ସମୟରେ ହୃଦଘାତ ହୋଇଥିଲା । ଛାତିରେ ଅଚାନକ ଯନ୍ତ୍ରଣା ଆସିଥିଲା ଏବଂ ସେ ତଳେ ପଡ଼ିଯାଇଥିଲେ । ଏହା ପରେ ରାଜୁ ଶ୍ରୀବାସ୍ତବଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା ।

Leave A Reply

Your email address will not be published.